ପିକଅପ୍ ଭ୍ୟାନରେ ଅପହରଣ: ଯୁବତୀ ଉଦ୍ଧାର, ୩ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର

ଲାଞ୍ଜିଗଡ଼: ନର୍ଲା ଥାନା ସିକେରକୁପା ଫାଣ୍ଡି ଅନ୍ତର୍ଗତ କଦମ୍ବଗୁଡ଼ା ଗ୍ରାମବାସୀ ଅପହରଣ କରିନେଉଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରି ପୁଲିସର ଜିମା ଦେଇଛନ୍ତି। ଏହି ଘଟଣାରେ ପୁଲିସ ଡ୍ରାଇଭର ସମେତ ଦୁଇଜଣ ଯୁବକଙ୍କୁ ପୁଲିସ ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ସୂଚନାନୁସାରେ ଆଜି ସକାଳେ କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳରୁ ଜଣେ ଯୁବତୀଙ୍କୁ ୪ ଜଣ ଯୁବକ ଏକ ପିକ୍‌ଅପ୍‌ରେ ଅପହରଣ କରି ନେଉଥିବା ବେଳେ କଦମ୍ବଗୁଡ଼ା ଛକ ନିକଟରେ ଯୁବତୀ ଜଣକ ଚିତ୍କାର କରିଥିଲେ।

ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପିକ୍‌ଅପ୍‌କୁ ଅଟକାଇବା ପରେ ଘଟଣା ସଂପର୍କରେ ଜଣାପଡ଼ିଥିଲା। ଗ୍ରାମବାସୀ ଯୁବତୀଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ ଜଣଙ୍କୁ ଧରି ପୁଲିସକୁ ଖବର ଦେଇଥିଲେ। ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ କୌଶଳ କ୍ରମେ ଫେରାର୍‌ ହୋଇଯାଇଥିଲା। ଖବର ପାଇ ପୁଲିସ କର୍ମଚାରୀ ଗୋକୁଳ ସାହୁ ଓ ବିଶ୍ବନାଥ ମହଲା ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ୩ ଜଣ ଯୁବକଙ୍କୁ ସି​କେରକୁପା ଫାଣ୍ଡିକୁ ଆଣି ପଚରାଉଚୁରା କରୁଥିବା ଜଣାପଡ଼ିଛି। ଘଟଣା ସଂପର୍କରେ ଅଧିକ ତଦନ୍ତ ପାଇଁ ନର୍ଲା ଥାନା ଅଧିକାରୀ ଗଂଗାଧର ମେହେର ସିକେରକୁପା ଫାଣ୍ଡି ପହଞ୍ଚିଥିବା ଜଣାପଡ଼ିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଲାଞ୍ଜିଗଡ଼ ବ୍ଳକ୍‌ ବିଶ୍ବନାଥପୁର ଥାନା ବକଟପୁରର ଜୟନ୍ତ ହରପାଲ ଫେରାର୍‌ ଥିବା ପୁଲିସ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର