ବୌଦ୍ଧ: ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ପରେ ଦୁଷ୍କର୍ମ ମାମଲାର ବିଚାର କରି ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରୂପଶ୍ରୀ ଚୌଧୁରୀ ଅଭିଯୁକ୍ତକୁ ୪ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ ବାଉଁଶୁଣୀ ଥାନା ଜଟିପାଲି ଅଂଚଳର ଜଣେ କଲେଜ ଛାତ୍ରୀ ମାର୍ଚ ୨୪, ୨୦୧୭ରେ ସୋନପୁରକୁ ଆସି ଆଉ ଫେରିନଥିଲେ। ଛାତ୍ରୀଙ୍କ ବାପା ବହୁତ ଖୋଜାଖୋଜି ପରେ ଜାଣିବାକୁ ପାଇଥିଲେ ଯେ ଖଲାପଦା ଗ୍ରାମର ଗିରିଶ ଉର୍ମା ଓରଫ ଗିରି ଛାତ୍ରୀଙ୍କୁ ଅପହରଣ କରି କେଉଁ ଆଡେ ନେଇଯାଇଛି। ଏନେଇ ପରିବାର ଲୋକେ ବାଉଁଶୁଣି ଥାନାରେ ଏକ ଏତାଲା ଦେଇଥିଲେ। ପୁଲିସ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରୀ ମାଇନା କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ଗିରିଶକୁ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ଦେବରଂଜନ ମହାକୁଲ ମକୋଦ୍ଦମା ପରିଚାଳନା କରୁଥିଲେ।
ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ ମାମଲା:ଅଭିଯୁକ୍ତକୁ ୪ ବର୍ଷ କାରାଦଣ୍ଡାଦେଶ
/sambad/media/post_attachments/wp-content/uploads/2017/10/sex-harasment-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)