କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବନ୍ଧକନା ପଂଚାୟତ ପଂଚବଟି ପଡ଼ାରେ କିଡନି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ପରେ ଗୁରୁବାର ଏକ ଡାକ୍ତରୀ ଦଳ ପଡ଼ାରେ ପହଞ୍ଚିଛି। ଏହି ଦଳରେ ଥିବା ଡାକ୍ତରମାନେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଥିଲେ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକାରୀମାନେ ମଧ୍ୟ ସେଠାରେ ପହଂଚି ଗ୍ରାମବାସୀ ବ୍ୟବହାର କରୁଥିବା ପାନୀୟ ଜଳ ନମୁନା ସଂଗ୍ରହ କରିଥିଲେ। ଏହି ପଡ଼ାରେ ଗତ ୭ ବର୍ଷ ମଧ୍ୟରେ କିଡନି ରୋଗରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଠାରେ ଜଣେ କିଡନି ଆକ୍ରାନ୍ତ ରୋଗୀ ଥିବା ସଂପର୍କରେ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ରାଉତ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଥିଲେ। ଗୁରୁବାର ଡା. ଶିବାଶିଷ ସ୍ୱାଇଁ ଏହି ପଡ଼ାକୁ ଯାଇ ଅସୁସ୍ଥ ଥିବା ସୀତାରାମ ପାତ୍ର (୫୫)ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସୀତାରାମ କିଡନି ରୋଗରେ ଆକ୍ରାନ୍ତ ଥିବା ଜାଣି ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ନେବା ପରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ପରାମର୍ଶ ଦେଇଥିଲେ। କଲମପୁର ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଦୁଖବନ୍ଧୁ ରାଉଳ, ପ୍ରବୀଣ ଅମିତ ଲୁଗୁନ ଏବଂ ଭବାନୀପାଟଣାରୁ ଆସିଥିବା ଲାବୋରୋଟୋରି ଆସିଷ୍ଟାଣ୍ଡ ପଡ଼ାବାସୀ ବ୍ୟବହାର କରୁଥିବା ପାନୀୟ ଜଳ ନମୁନା ସଂଗ୍ରହ କରିଥିଲେ।
ଗତବର୍ଷ ମଧ୍ୟ ଏହି ପଡ଼ାର ପାନୀୟ ଜଳ ନମୁନା ସଂଗ୍ରହ କରା ଯାଇଥିଲା। କିନ୍ତୁ ପାନୀୟ ଜଳରେ କିଛି ଅସୁବିଧା ବାହାରି ନଥିଲା ବୋଲି ଜଳ ଓ ପରିମଳ ବିଭାଗର ଅଧିକାରୀମାନେ କହିିଛନ୍ତି। ମ୍ୟାଲେରିଆରେ ଅକ୍ରାନ୍ତ ହୋଇ ସଚେତନତା ଅଭାବରୁ ପ୍ରଥମେ ଦେଶୀ ଚିକିତ୍ସା କରି ବିଳମ୍ବରେ ଡାକ୍ତରୀ ଚିକିତ୍ସା କରୁଥିବାରୁ କିଡନି ରୋଗରେ ଆକ୍ରାନ୍ତ ହେଉଥିବା ଅନୁମାନ କରା ଯାଉଛି ବୋଲି ମତବ୍ୟକ୍ତ କରିଛନ୍ତି। ଡାକ୍ତରୀ ଦଳ ସହ କଲମପୁର ବ୍ଲକ ଅଧ୍ୟକ୍ଷା ମଂଜୁଳା ସାହୁ, ବିଡିଓ ଗୋପାଳ କୃଷ୍ଣ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ସୁୁଶାନ୍ତ ରାଉତ ମଧ୍ୟ ପଂଚବଟି ପଡ଼ାକୁ ଯାଇ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ।
ବନ୍ଧକନାରେ କିଡ୍ନି ରୋଗ ସମସ୍ୟା, ପହଞ୍ଚିଲା ଡାକ୍ତରୀ ଦଳ
/sambad/media/post_attachments/wp-content/uploads/2017/10/ambulance.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)