କଳାପାଣି: ବରାହଗୋଡା ସହଁରାପଡ଼ା ନିବାସୀ ଗିରିଧାରୀ ସୁଇଁ ୨୩ ବର୍ଷ ବୟସରେ କିଡ୍ନି ରୋଗରେ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି। ଏହା ପୂର୍ବରୁ ଥବୀର ସାହୁ (୨୭), କୁଇଲି ବାଗ (୪୫), ବିଳାସିନୀ ମିର୍ଦ୍ଧା (୩୨), ରାକେଶ ପ୍ରଧାନ (୧୪)ଙ୍କର କିଡ୍ନି ରୋଗରେ ମୃତ୍ୟୁ ହୋଇଥିଲା। ନଳକୂପ ଗୁଡିକରେ ଆବର୍ଜନା ରହୁଥିବାରୁ ଏହାର ପାଣି ବ୍ୟବହାର କରି ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି। ନଳକୂପ ଗୁଡିକରେ ଚାନ୍ଦିନୀ ପାଚେରୀ ନିର୍ମାଣ ହୋଇନଥିବାରୁ ଏହି ଅସୁବିଧା ହେଉଥିବା ଜଣାପଡିଛି।