ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଗଣିଆ ଫାଣ୍ଡି ଅନ୍ତର୍ଗତ ଅଡ଼ାକସା ଗାଁରେ ଗତ ୧୭ ତାରିଖ ବିଳମ୍ବିତ ରାତିରେ ଗ୍ରାମର କୁକୁଡ଼ା ଦୋକାନୀ ଦୁଃଖୀଶ୍ୟାମ ଭୁଏ ନିଜ ପତ୍ନୀ ସନ୍ତୋଷିନୀ ଭୁଏ (କିଶୋରୀ)ଙ୍କୁ ଲୁହା ରଡରେ ପିଟି ହତ୍ୟା କରିଥିବା ଶନିବାର ଗ୍ରାମବାସୀମାନେ ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ଏପରିକି ଦୁଃଖୀଶ୍ୟାମଙ୍କ ଦୋକାନରେ ଶ୍ରମିକ ଭାବରେ କାମ କରୁଥିବା ପ୍ରଫୁଲ୍ଲ ମେଲ୍ଲୀ ମଧ୍ୟ ହତ୍ୟାକାଣ୍ଡରେ ସହଯୋଗ କରିଥିବା ସମ୍ପର୍କରେ ଵାର୍ଡମେମ୍ବର ରବି ମଲ୍ଲିକ, ଭୂଜ ଧରୁଆ, ରାମକୁମର କୁମ୍ଭାର, କପିଳେଶ୍ବର ପଧାନଙ୍କ ସମେତ ଶତାଧିକ ବ୍ୟକ୍ତିଙ୍କ ଦସ୍ତଖତସମ୍ବଳିତ ଅଭିଯୋଗପତ୍ର ପୁଲିସକୁ ପ୍ରଦାନ କରାଯାଇଛି। ଦୁଃଖୀଶ୍ୟାମ ଓ ସନ୍ତୋଷିନୀଙ୍କ ବିବାହକୁ ୫ ବର୍ଷ ହୋଇଥିଲା। ତାଙ୍କର ୩ ବର୍ଷର ଏକ ସନ୍ତାନ ମଧ୍ୟ ରହିଛି। ତେବେ ଅଡ଼ାକସା ଗ୍ରାମବାସୀମାନେ ମିଳିତ ଭାବରେ ବିନିକା ଥାନାକୁ ଯାଇ ଦୁଃଖୀଶ୍ୟାମ ଭୁଏଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପୁଲିସ ଦୁଃଖୀଶ୍ୟାମଙ୍କୁ ବିନିକା ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ଫାଣ୍ଡି ଅଧିକାରୀ ଅଭିମନ୍ୟୁ ରଥ ପ୍ରକାଶ କରିଛନ୍ତି।