୧୨ ଫୁଟର କିଙ୍ଗ କୋବ୍ରା ଉଦ୍ଧାର

ମାଲକାନଗିରି: ମାଲକାନଗିରି ନିକଟସ୍ଥ ଏମଭି-୧୧ ଗ୍ରାମରେ ଏକ ବିରାଟ କିଙ୍ଗ କୋବ୍ରାକୁ ଉଦ୍ଧାର କରାଯାଇଛି। ଏହି ଗ୍ରାମ ନିକଟରେ ଥିବା ଏକ ଗଛ ଉପରେ କିଙ୍ଗ କୋବ୍ରା ଚଢି ଗଛ ଉପରେ ରହିଥିବାର ସ୍ଥାନୀୟ ଲୋକେ ଦେଖିବା ପରେ ଭୟଭୀତ ହୋଇଯାଇଥିଲେ। ଦେଖୁ ଦେଖୁ ଲୋକଙ୍କ ଭିଡ ସେହି ଗଛ ନିକଟରେ ଜମା ହୋଇଥିଲା। ପରେ ସ୍ନେକ ହେଲପ ଲାଇନର ସଦସ୍ୟ ସ୍ନେହାସିଶ ନାୟକଙ୍କ ନେତୃତ୍ବରେ ଏକ ଟିମ ଏମଭି-୧୧ ଗ୍ରାମରେ ପହଞ୍ଚି ସାପକୁ କାବୁ କରିବାକୁ ବହୁ ଚେଷ୍ଟା କରିଥିଲେ। ଦୀର୍ଘ ସମୟ ପରେ ସାପଟିକୁ କାବୁ କରାଯାଇଥିଲା। ସାପର ଓଜନ ୨୦ କିଲୋ ଥିବା ବେଳେ ଲମ୍ବା ପ୍ରାୟ ୧୨ ଫୁଟରୁ ଉର୍ଦ୍ଧ୍ବ ରହିଥିଲା।

ପ୍ରକାଶ ଥାଉକି ମାଲକାନଗିରି ଆଖପାଖ ଅଞ୍ଚଳରୁ ପ୍ରାୟ ୬ଟି କିଙ୍ଗ କୋବ୍ରା ଉଦ୍ଧାର କରାଯାଇସାରିଲାଣି। ଜିଲ୍ଲାରେ ଅଜକର ଏବଂ କିଙ୍ଗ କୋବ୍ରା ସମେତ ନାଗ ସାପଙ୍କର ବାସସ୍ଥଳୀ ହୋଇଥିବାରୁ ବହୁ ସମୟରେ ଏହି ସାପମାନେ ବାହାରେ ଚାଲିଆସୁଥିବାରୁ ଲୋକେ ଭୟଭିତ ଏବଂ ଆତଙ୍କିତ ହୋଇପଡୁଛନ୍ତି। ଏହି ବିରାଟକାୟ କିଙ୍ଗ କୋବ୍ରାକୁ ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ପରେ ଜଂଗଲରେ ସ୍ନେକ ହେଲପ ଲାଇନର ସଦସ୍ୟମାନେ ଛାଡି ଦେଇଥିଲେ।ବିଶେଷକରି ଜଂଗଲରେ ଖାଦ୍ୟର ଘୋର ଅଭାବର ପରିଲକ୍ଷିତ ହେଉଛି। ତେଣୁ ସାପମାନେ ଗ୍ରାମ ଏବଂ ସହର ମୁହାଁ ହେଉଥିବା କୁହାଯାଇଛି। ତେବେ ଅଜଗର କିମ୍ବା କିଙ୍ଗ କୋବ୍ରା ଏବେ ସୁଦ୍ଧା କାହାର କିଛି କ୍ଷତି କରିନଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର