ବନ୍ତଳା : ଅନୁଗୁଳ ବ୍ଳକ ଗଡ଼ତରାସ ଗ୍ରାମର ଏକ ମହୁଲ ଗଛ ଉପରୁ ଆଜି ଏକ ୧୨ଫୁଟର ଅହିରାଜ ସାପକୁ ଉଦ୍ଧାର କରାଯାଇଛି । ପରେ ବନ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଅହିରାଜକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଥିଲା ।
ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ବନାଞ୍ଚଳ ଗଡ଼ତରାସ ଗ୍ରାମର ବିପିନ ବିହାରୀ ସାହୁଙ୍କ ଘର ନିକଟରେ ଥିବା ଏକ ମହୁଲ ଗଛ ଉପରେ ଏକ ଅହିରାଜ ସାପ ଚଢିଥିଲା । ଏହି ଘଟଣା ସ୍ଥାନୀୟ ଲୋକମାନେ ଦେଖି ଭୟଭୀତ ହୋଇପଡିଥିଲେ । ଗ୍ରାମ ସଭାପତି ସାବର୍ନି ରାଉତ ଏ ସମ୍ପର୍କରେ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ସାପ ଉଦ୍ଧାର ପାଇଁ ଯୋଗାଯୋଗ କରିଥିଲେ। ଘଟଣାସ୍ଥଳରେ ସର୍ପମିତ୍ର ଆଦିତ୍ୟ ବେହେରାଙ୍କ ନେତୃତ୍ୱରେ ସଞ୍ଜୟ ବେହେରା ଓ ରାଧାମୋହନ ସାହୁ ପହଞ୍ଚିଥିଲେ। ମହୁଲ ଗଛରୁ ଏକ ଡାଳ କାଟିବା ସହ ଦୀର୍ଘ ୩ଘଣ୍ଟା ର ପରିଶ୍ରମ ପରେ ସେମାନେ ଏହି ୧୨ଫୁଟର ଅହିରାଜ ସାପକୁ ଉଦ୍ଧାର କରିଥିଲେ । ପରେ ବନ କର୍ମଚାରୀଙ୍କ ଉପସ୍ଥିତିରେ ନିକଟସ୍ଥ ଜଙ୍ଗଲରେ ଏହି ଅହିରାଜ ସାପକୁ ସୁରକ୍ଷିତ ଭାବେ ଛାଡି ଦିଆଯାଇଥିଲା ।
/sambad/media/post_attachments/wp-content/uploads/2020/12/WhatsApp-Image-2020-12-24-at-18.33.53-1.jpeg)
ସୂଚନାଯୋଗ୍ୟ ଯେ ଏହି ସାପ କୁ ଗତବର୍ଷ ମଧ୍ୟ ସେହି ସ୍ଥାନରେ ଦେଖିବାକୁ ମିଳିଥିଲା ବେଳେ ଉଦ୍ଧାର କରାଯାଇ ପାରିନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/kingcobra-rescue-24_thumb.jpg)