ଢେଙ୍କାନାଳ: ୧୪ ଫୁଟର ଅହିରାଜ ସାପ ଉଦ୍ଧାର

ଢେଙ୍କାନାଳ: ଗତକାଲି ରାତିରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଦାଣ୍ଡିମାଳ ଗ୍ରାମରେ ଏକ ୧୪ ଫୁଟ୍‌ ଲମ୍ବର ଅହିରାଜ ସାପକୁ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଦାଣ୍ଡିମାଳ ଗ୍ରାମର ଜଣଙ୍କ ଗାଈ ଗୁହାଳ ପାଖରେ ଥିବା ଗୋରୁକୁଣ୍ଡ ନିକଟରେ ଲୋକେ ଅହିରାଜ ସାପଟିକୁ ଠାବ କରିଥିଲେ। ଏ ନେଇ ଢେଙ୍କାନାଳ ସ୍ନେକ୍‌ ରେସ୍କ୍ୟୁ ଟିମ୍‌କୁ ଖବର ଦିଆଯାଇଥିଲା। ସ୍ନେକ ରେସ୍କ୍ୟୁ ଟିମ୍‌ର ପ୍ରମିତ ଜେନା ଘଟଣାସ୍ଥଳରେ ପହଞ୍ଚି ଏହି ବିଶାଳ ଅହିରାଜ ସାପଟିକୁ କାବୁ କରିଥିଲେ। ସୂଚନାଯୋଗ୍ୟ ଯେ କପିଳାସ ପାହାଡ଼ରେ ଅହିରାଜ ସାପର ଅସ୍ଥିତ୍ୱ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ମାତ୍ର ଗତ ବର୍ଷକ ମଧ୍ୟରେ ଦୁଇ ଦୁଇଟି ସ୍ଥାନରୁ ଅହିରାଜ ସାପଙ୍କୁ ଉଦ୍ଧାର କରାଗଲାଣି। ଫଳରେ କପିଳାସ ପାହାଡ଼ରେ ଯେ ଅହିରାଜ ସାପ ଅଛନ୍ତି, ତାର ପ୍ରମାଣ ମିଳିଛି।

ସମ୍ବନ୍ଧିତ ଖବର