ପାଟଣା:  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେଂଦେଇପସି ଗ୍ରାମରେ ରଜ ମହୋତ୍ସବ ଧୁମଧାମରେ ପାଳନ କରାଯାଉଥିବା ବେଳେ ତୃତୀୟ ଦିବସରେ ଦେବଗଡ଼ ରାଜା  ଧୀରଜ ଦେବ ଯୋଗ ଦେଇଥିଲେ।

Advertisment

ଗ୍ରାମର ଡ୍ରିମ ଟିମ ଯୁବ କ୍ଲବ୍ ପକ୍ଷରୁ ଆୟୋଜିତ ରଜ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ନାୟକ, ରାମ କୁମାର ସିଂହ, ଗୋପାଳ ଦାଶ ପ୍ରମୁଖ ଯୋଗ ଦେଇଥିଲେ। କ୍ଳବର ସଭାପତି ଅଶୋକ କୁମାର ସାହୁ , ସରୋଜ ବାରିକ , ରୀନା ରାଣୀ ନାଏକ, ଶୁଭଶ୍ରୀ ନାଏକ ପ୍ରମୁଖ ସମସ୍ତ ସଦସ୍ୟ ସଦସ୍ୟା ସକ୍ରିୟ ସହଯୋଗ କରିଥିଲେ। ରଜ ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଗ୍ରାମ ଉତ୍ସବ ମୁଖର ହୋଇପଡିଛି।