ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଲ ଗ୍ରାମର କିଶୋର ହୋତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ସେ ଦଳ ପକ୍ଷରୁ ବୀରମହାରାଜପୁର ଜୋନ-୧ ପାଇଁ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ। ସେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳରୁ ଇସ୍ତଫା ଦେଉଥିବା କଥା ଘୋଷଣା କରିଛନ୍ତି।

Advertisment

ସେ କହିଛନ୍ତି ଯେ ବିଗତ ଦିନରେ ସୁବଣ୍ଣପୁର ଜିଲ୍ଲା ବିଜେପିର ଦୁଇଥର ସାଧାରଣ ସମ୍ପାଦକ, ସଦସ୍ୟତା ପ୍ରଭାରୀ, ଜିଲ୍ଲା ମିଡ଼ିଆ ସେଲ ପ୍ରମୁଖ, କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ, କୃଷକ ମୋର୍ଚ୍ଚା ବୌଦ୍ଧ ଜିଲ୍ଲା ପ୍ରଭାରୀ, ବରଗଡ଼ ଓ ସୁନ୍ଦରଗଡ଼ର ପାର୍ଲ୍ୟାମେଣ୍ଟ ପ୍ରଭାରୀ ଆଦି ବିଭିନ୍ନ ଦାୟିତ୍ୱରେ ରହିଥିବାବେଳେ ବର୍ତ୍ତମାନ କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ବଲାଙ୍ଗିର ଜିଲ୍ଲା କୃଷକ ମୋର୍ଚ୍ଚାର ପ୍ରଭାରୀ ଦାୟିତ୍ୱରେ ମଧ୍ୟ ରହିଥିଲେ।

ସେ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ବୀରମହାରାଜପୁର ଜୋନ-୧ ପାଇଁ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ପ୍ରାର୍ଥୀ ହେବାକୁ ଆବେଦନ କରିଥିଲେ। ତେବେ ତାଙ୍କୁ ଦଳ ଟିକଟ ନ ଦେବାରୁ ସେ ଅସନ୍ତୁଷ୍ଟ ଥିଲେ।

ତାଙ୍କ ପ୍ରତି ଦଳ ଅବିଚାର ଓ ଅନ୍ୟାୟ କରିଥିବା ଅଭିଯୋଗ କରି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ପ୍ରକାଶ କରିଛନ୍ତି। ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠେଇବା ସହ ଜିଲ୍ଲା ସଭାପତି ଙ୍କୁ ମଧ୍ୟ ଏକ କପି ଦେଇଥିବା ପ୍ରକାଶ କରିଛନ୍ତି।

ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର କହିଥିଲେ ମୁଁ ରାଜ ନିତିରେ ଅଛି ଆଗକୁ ରହିବି। ଯେଉଁ ଦଳ ମୋର କର୍ମୀ ମାନଙ୍କୁ ଗୁରୁତ୍ୱ ଦେବ ଓ ବୀରମହାରାଜପୁର ର ବିକାଶ କରିବ ସେହି ଦଳରେ ସାମିଲ ହେବି ବୋଲି କହିଛନ୍ତି।  ବିଜେପି ଦଳ ବିଷୟରେ କହିଛନ୍ତି ଆଗାମୀ ଦିନରେ ବହୁ ବିଜେପି  ନେତା ଓ କର୍ମୀ ଦଳ ଛାଡ଼ି ବେ ଅପେକ୍ଷା କରନ୍ତୁ ବୋଲି କହିବା ସହିତ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ତୃତୀୟ ସ୍ଥାନରେ ରହିବ ବୋଲି କହିଛନ୍ତି।