ଖୋର୍ଦ୍ଧା: ଆଜି ଖୋର୍ଦ୍ଧାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପ୍ରଶିକ୍ଷଣ କିଟ୍ ବଣ୍ଟନ କରାଯାଇଛି । ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିକନ୍ଦରାବାଦର ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତୀକରଣ ସଂସ୍ଥା ପକ୍ଷରୁ ୨୭ଜଣ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ କିଟ୍ ଓ ଶିକ୍ଷଣ ସାମଗ୍ରୀ ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ର, ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଶ୍ରୀମତି ସ୍ନିଗ୍ଧା ମିଶ୍ର, ବ୍ଲକ ଶିକ୍ଷାଧିକାରୀ ସଂଧ୍ୟାରାଣୀ ରାଉତ, ଅନ୍ତଃନିବେଶୀ ଶିକ୍ଷା ସଂଯୋଜିକା ପୁଷ୍ପମିତ୍ରା ମିଶ୍ର, ସଂସ୍ଥା ପକ୍ଷରୁ ରାଜେନ୍ଦ୍ର କୁମାର ପ୍ରବିଣ, ଛତିଶଗଡ଼ର ସୌମ୍ୟରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ଛତିଶଗଡ଼ରୁ ଆସିଥିବା ସିଆରସି ପ୍ରଶିକ୍ଷଣ ସାମଗ୍ରୀର ବ୍ୟବହାର ଓ ଉପଯୋଗିତା ଏବଂ ଏହାଦ୍ୱାରା ମାନସିକ ଅନଗ୍ରସରତାର ପରିଚାଳନା ସମ୍ପର୍କରେ ଉପସ୍ଥିତ ଶିକ୍ଷା ବିଭାଗର ସମ୍ବଳ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏସ୍କେ ଗୋହର ଅଲ୍ଲି ଧନ୍ୟବାଦ ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Manasika-angrasara-Chhatra-chhatri-Khordha.jpeg)