ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟ ଠାରେ ଥିବା କନକ ମଂଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟ (କେଏମ୍‌ବିବି)ର ଅଧ୍ୟକ୍ଷ ଡ ସୌମ୍ୟଦର୍ଶନ ମହାନ୍ତି ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର ପରିଚାଳନା ବୋର୍ଡ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।

Advertisment

୯ ତାରିଖରେ ବିପିୟୁଟିର ବିଜ୍ଞପ୍ତି ଅନୁସାରେ, ବିଶ୍ୱବିଦ୍ୟାଳୟର ୩ ତାରିଖରେ ହୋଇଥିବା ଏକାଡେମିକ୍ କାଉନସିଲର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁସାରେ, କେଏମ୍‌ବିବିର ଅଧ୍ୟକ୍ଷ ଡ ମହାନ୍ତି ଓ ଭୁବନେଶ୍ୱର ବିଆଇଆଇଟିଏମ୍‌ର ଅଧ୍ୟକ୍ଷ ଡ ମିହିର ରଂଜନ ନାୟକଙ୍କୁ ବୋର୍ଡ ସଦସ୍ୟ ଭାବେ ଚୟନ କରାଯାଇଛି । ଉଭୟ ସଦସ୍ୟ ଆସନ୍ତା ୩ ବର୍ଷ ପାଇଁ ଏହି ଦାୟିତ୍ୱ ସମ୍ଭାଳିବେ ।

ଏନେଇ କେଏମ୍‌ବିବି ଅଧ୍ୟକ୍ଷ ଡ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବିପିୟୁଟି କାଉନସିଲର ସଦସ୍ୟତା ଭୂମିକା ମୁଖ୍ୟତଃ ପରାମର୍ଶଗତ ଅଟେ । ବିପିୟୁଟି ଦ୍ୱାରା ରାଜ୍ୟରେ ବୈଷୟିକ ଶିକ୍ଷାର ବିକାଶ ନିମନ୍ତେ ଯେଉଁ ପଦକ୍ଷେପ ନିଆଯାଉଛି ସେନେଇ ନିଜର ଅଭିଜ୍ଞତା ଓ ଜ୍ଞାନକୁ ନେଇ ଦାୟିତ୍ୱନିର୍ଦ୍ଧାରିତ ପରିସର ମଧ୍ୟରେ ନିଜର ସୁଚିନ୍ତିତ ମତାମତ ଦେବା ପାଇଁ ପ୍ରଚେଷ୍ଟା କରିବି । ଏହି ନିଯୁକ୍ତି ପାଇଁ ସେ କେଏମ୍ବିବି ଶିକ୍ଷା ସମୂହର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ, କେଏମ୍ବିବିର ପ୍ରାଶାସନିକ ନିଦେ୍ର୍ଦଶକ ସରୋଜ ପଣ୍ଡା ଓ ବିପିୟୁଟିର କୁଳପତି ଅମୀୟ କୁମାର ରଥ ତଥା ବିପିୟୁଟିର ଏକାଡେମିକ୍ କାଉନ୍ସିଲକୁ କୃତଜ୍ଞତା ଜ୍ଞାପନ କରୁଛି ବୋଲି ଡ ମହାନ୍ତି କହିଛନ୍ତି ।