ରାଜରାସ୍ତା କଡ଼ରୁ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ମୟୁଭଞ୍ଜ: ମୟୁଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ସ୍ଥାନୀୟ ୪୯ନମ୍ବର ଜାତୀୟ ରାଜପଥ କଡ଼ରୁ ଗୁରୁବାର ଜଣେ ବୃଦ୍ଧଙ୍କ ଅଜଣା ମୃତଦେହ ଉଦ୍ଧାର ହୋଇଛି।

ସୂଚନାଯୋଗ୍ୟ, ଖଡ଼ମବେଡା ପଞ୍ଚାୟତର ସ୍ଥାନୀୟ ରାଜବସା ଛକ ନିକଟବର୍ତ୍ତୀ ୪୯ନମ୍ବର ଜାତୀୟ ରାଜପଥ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ। ସ୍ଥାନୀୟଲୋକେ ଏହି ମୃତଦେହ ବିଷୟରେ ବିଶୋଇ ଥାନାକୁ ଖବର ଦେଇଥିଲେ। ଖବର ପାଇ ବିଶୋଇ ଥାନା ଆଇ.ଆଇ.ସି କୁନି ବେଶ୍ରା ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ରାଇରଙ୍ଗପୁର ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ। ଏହି ଘଟଣାକୁ ନେଇ ବିଶୋଇ ଥାନାରେ ୟୁଡି କେସ ନମ୍ବର ୧୩/୧୮ରେ ଏକ ମାମଲା ରୁଜୁ ହୋଇଛି। ତେବେ ମୃତ ବୃଦ୍ଧ ଜଣକ ମାନସିକ ବିକୃତ ଥିଲେ। ସେ ଗତ ପାଞ୍ଚ/ଛଅ ଦିନ ହେବ ଏଭଳି ରାସ୍ତାରେ ବୁଲୁଥିବା ସ୍ଥାନୀୟଲୋକେ କହିଛନ୍ତି। ଏଯାବତ୍‌ ତାଙ୍କର କୌଣସି ପରିଚୟ ମିଳି ପାରିନାହିଁ। ତାଙ୍କ ବୟସ ୭୬ବର୍ଷ ପାଖାପାଖି ହେବ।

ସମ୍ବନ୍ଧିତ ଖବର