ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମପିଭି- ୮୩ ଗ୍ରାମରେ ଆଜି ଏକ ପାରାଚ୍ୟୁଟ ପଡ଼ିଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ଏକ ଜମିରେ ଏହି ପାରାଚ୍ୟୁଟଟି ପଡିଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଦେଖି ଆତଙ୍କିତ ହୋଇଯିବା ସହ ପୁଲିସକୁ ଖବର ଦେଇଥିଲେ।
ପାରାଚ୍ୟୁଟରେ ଭାରତ ସରକାର ଲେଖା ରହିବା ସହ ଅଶୋକ ସ୍ତମ୍ଭ ଚିହ୍ନ ରହିଥିବା ଦେଖିବାକୁ ମିଳୁଛି। ଏଥିସହିତ ଏଥିରେ ଭାରତ ସରକାରଙ୍କର ପାଣିପାଗ ବିଭାଗ ଓ ଭାରତ ସରକାରଙ୍କ ନାମ ଲେଖା ହୋଇଛି। ପ୍ରଥମ ଥର ପାଇଁ ଉକ୍ତ ଗ୍ରାମରେ ଏଭଳି ପାରାଚ୍ୟୁଟକୁ ଦେଖିବାକୁ ମିଳିଛି। ତେବେ ଏହା କେଉଁଠୁ ଏବଂ କେମିତି ଆସିଲା ସେ ନେଇ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳି ପାରି ନଥିଲା।
ଲୋକେ ଜମିରେ ଏଭଳି ପାରାଚ୍ୟୁଟ ପଡ଼ିଥିବା ଖବର ପାଇବା ପରେ ଦେଖିବାକୁ ଭିଡ଼ ଜମାଇଛନ୍ତି। ଘଟଣାସ୍ଥଳରେ ମୋଟୁ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି।