ଯୁଯୁମୁରା: ସମ୍ବଲପୁର - ତାଳଚେର ରେଳପଥ ଅନ୍ତର୍ଗତ ମାନେଶ୍ୱର - ହାତୀବାରି ଷ୍ଟେସନ ମଧ୍ୟରେ କୁମକା ନିକଟରେ ବୁଧବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ଘଟଣାସ୍ଥଳରେ ରେଢ଼ାଖୋଲ ଆରପିଏଫ ଓ ସମ୍ବଲପୁର ଜିଆରପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
କିଛି ଦିନ ଧରି ଜଣେ ପାଗଳା ଯୁବକ ଏହି ଅଞ୍ଚଳରେ ଘୁରି ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି। । ଯୁବକଙ୍କ ପରିଚୟ ମିଳି ପାରି ନଥିବା ବେଳେ ତାଙ୍କ ବୟସ ପ୍ରାୟ ୪୦ରୁ ୫୦ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ସେ କେବଳ ଗୋଟିଏ ହଳଦିଆ ଗାମୁଛା ପିନ୍ଧିଥିବା ଦେଖାଯାଇଛି । ବର୍ତ୍ତମାନ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁ ନଥିବା ବେଳେ ମାଲବାହୀ ଟ୍ରେନରେ କଟି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Untitled-1-copy-49.jpg)