ମାଲବାହୀ ଟ୍ରେନରେ କଟି ଅଜଣା ଯୁବକ ମୃତ

ଯୁଯୁମୁରା: ସମ୍ବଲପୁର – ତାଳଚେର ରେଳପଥ ଅନ୍ତର୍ଗତ ମାନେଶ୍ୱର – ହାତୀବାରି ଷ୍ଟେସନ ମଧ୍ୟରେ କୁମକା ନିକଟରେ ବୁଧବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ଘଟଣାସ୍ଥଳରେ ରେଢ଼ାଖୋଲ ଆରପିଏଫ ଓ ସମ୍ବଲପୁର ଜିଆରପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

କିଛି ଦିନ ଧରି ଜଣେ ପାଗଳା ଯୁବକ ଏହି ଅଞ୍ଚଳରେ ଘୁରି ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି। । ଯୁବକଙ୍କ ପରିଚୟ ମିଳି ପାରି ନଥିବା ବେଳେ ତାଙ୍କ ବୟସ ପ୍ରାୟ ୪୦ରୁ ୫୦ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ସେ କେବଳ ଗୋଟିଏ ହଳଦିଆ ଗାମୁଛା ପିନ୍ଧିଥିବା ଦେଖାଯାଇଛି । ବର୍ତ୍ତମାନ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁ ନଥିବା ବେଳେ ମାଲବାହୀ ଟ୍ରେନରେ କଟି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର