କୋଇଡା ଗଣହତ୍ୟା ନେଇ ମୁହଁ ଖୋଲିଲା ହତ୍ୟାକାରୀ : ହତ୍ୟା ପଛର କାରଣ ବଖାଣିଲା

କେନ୍ଦୁଝର: ଶନିବାର ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କୁ ରାତିରେ ହତ୍ୟା କରିବା ପରେ କୂଅରେ ଫିଙ୍ଗିଦିଆ ଯାଇଥିଲା। ପୁଲିସ ସାଇଂଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଂଚି ଛାନଭିନ କରିବା ସମୟରେ କୂଅ ଭିତରୁ ସମସ୍ତ ମୃତଦେହ ମିଳିଥିଲା। ତେବେ ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ହତ୍ୟାକାରୀ ପାଖରେ ପହଂଚିବା ପାଇଁ ତନାଘନା ଚଳାଇଥିଲା ପୁଲିସ। ଶେଷରେ ପୁଲିସ ଆଗରେ ଅଭିଯୁକ୍ତ ହତ୍ୟା ଷଡଯନ୍ତ୍ରର ପୁରା କାହାଣୀ ବଖାଣିଥିଲା । ଗୁଣି ଗାରେଡି ସନ୍ଦେହରେ ସେ ଏହି ହତ୍ୟାକାଣ୍ଡ ଭିଆଇଥିବା ପୁଲିସ ଆଗରେ ସ୍ୱୀକାର କହିଥିଲା ।

ଏହା ଏମିତି ଏକ ହତ୍ୟାକାଣ୍ଡ ଯାହା ଶୁଣିଲେ ଆପଣଙ୍କ ଛାତି ଥରିଉଠିବ । କୋଇଡା ଥାନା ଅନ୍ତର୍ଗତ ଇଙ୍ଗ ଇନ୍ଦୁପୁର କନ୍ଦା ସାହିରେ ଗୋଟିଏ ପରିବାରର ୫ଜଣଙ୍କୁ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଥିଲା । ୫ ମୃତକଙ୍କ ମଧ୍ୟରେ ଅଛନ୍ତି ୧୦ବର୍ଷରୁ କମ ୪ଶିଶୁ । ମୃତକମାନେ ହେଲେ ୩୦ ବର୍ଷୀୟ କୁନି ମୁଣ୍ଡା, ତାଙ୍କର ୧୦ବର୍ଷିୟ ଝିଅ ମାର ମୁଣ୍ଡା, ୯ବର୍ଷର ପୁଅ ଟେକଲେ ମୁଣ୍ଡା, ୪ ବର୍ଷର ପୁଅ ଚାମରା ମୁଣ୍ଡା ଓ ୧ ବର୍ଷର ଝିଅ। ତେବେ ହତ୍ୟାକାଣ୍ଡ ନେଇ ଅଭିଯୁକ୍ତ ସତ ମାନିବା ପରେ ଗୁଣି ପାଇଁ ଏହି ଗଣହତ୍ୟା ହୋଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର