ପୁଣି ଚିନ୍ତା ବଢାଇଲାଣି କୋଲାବ ଜଳ ଭଣ୍ଡାର, ପାଣି ନ ଥିବାରୁ ଆଗକୁ ଦେଖା ଦେବ ବଡ ସମସ୍ୟା

କୋରାପୁଟ: ୨୦୦୮,୨୦୧୨ ଓ ୨୦୨୧ରେ ଯେଉଁ ଜଳ ସଂଙ୍କଟ ରହିଥିଲା ତାହାଠୁ କିଛି ଶିକ୍ଷା ଗ୍ରହଣ କଲାନି କୋରାପୁଟ ଜିଲ୍ଲା ପ୍ରଶାସନ। ଗତବର୍ଷ ଯେଉଁ ଜଳ ସଂଙ୍କଟ ଓ ହାହାକାର ଦେଖିବାକୁ ମିଳିଥିଲା ସେହି ସ୍ଥିତି ପୁଣି ଦେଖାଦେଇଛି। ଗତବର୍ଷ ଶେଷଆଡକୁ ବାତ୍ୟା ପ୍ରଭାବରେ ବର୍ଷା ହେବାରୁ କୋଲାବ ଜଳଭଣ୍ଡାର କିଛି ଅଂଶରେ ପୂର୍ଣ୍ଣ ହୋଇଥିଲେ ଏପ୍ରିଲ ମାସରେ ଯେପରି ଜଳ ରହିବା କଥା ସେପରି ଜଳ ନାହିଁ। ଗତ ତିନିବର୍ଷ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ବର୍ଷାଦିନେ ଯେପରି ଭାବେ ବର୍ଷା କଥା ନ ହେବାରୁ କୋରାପୁଟ ଜିଲ୍ଲାରେ ବଡ ସମସ୍ୟା ଆଣି ଠିଆ କରିଛି।

ଚଳିତବର୍ଷ ମୌସୁମୀ ସ୍ବାଭୀବିକ ରହିବା ପାଣିପାଗ ଆକଳନ କରୁଥିବାବେଳେ ଖରିଫ ଋତୁ ବେଳକୁ ଜଳ ସମସ୍ୟା ଦେଖା ଦେବା ଆଶଙ୍କା ରହିଛି। ଏବେ ଜଳଭଣ୍ଡାରରେ ୮୪୬.୩ ମିଟର ରହିଥିବାବେଳେ ଏହାକୁ ୮୪୫.୫ ମିଟର ମଧ୍ୟରେ ରଖିବାକୁ ସିସିଇ ଉପର କୋଲାବ, ଇଇ ଉପରକୋଲାବ ହେଡ୍‌ ୱାର୍କ ଡିଭିଜନ, ଓଏଚପିସି ବାରିଣିପୁଟ, ଏଇ ଡ୍ୟା୍ମ ସାଇଟ ଓ ଜିଲ୍ଲାପାଳଙ୍କ ଜରୁରୀକାଳୀନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ଜଳଭଣ୍ଡାର ମଧ୍ୟକୁ ଉପନଦୀ ମାଧ୍ୟମରେ ୧.୩୦ କୁସିକ ଜଳ ପ୍ରବେଶ କରୁଥିବାବେଳେ ରବି ଚାଷ ଓ ବିଦ୍ୟୁତ ଉତ୍ପାଦନ ପାଇଁ ୪୧.୯ କୁସିକ ଜଳ ଛଡାଯାଉଛି। ଗତବର୍ଷ ଜଳରୁ ବିଦ୍ୟୁତ ଉତ୍ପାଦନ ହେଉ ନ ଥିବାବେଳେ ଏବେ ୨୦୧୯ ମେଗାୱାଟର ବିଦ୍ୟୁତ ଉତ୍ପାଦନ କରାଯାଉଛି।

ତେବେ ଗତବର୍ଷ ଆଜିର ଦିନରେ ଉପରକୋଲାବ ଜଳଭଣ୍ଡାରରେ ୮୪୬.୨ ମିଟର ଜଳ ରହିଥିଲା। ଚଳିତବର୍ଷ ମୋଟ ଜଳର ସ୍ତରର ୧୦.୭୪ ପ୍ରତିଶତ ଜଳ ହ୍ରାସ ପାଇଛି ଯାହା ଗତବର୍ଷ ୯.୭୪ ପ୍ରତିଶତ ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଜଳ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ମାସ ଶେଷ ଓ ମେ ମାସ ସୁଦ୍ଧା ଜଳସ୍ତରକୁ ୮୪୫.୫ ମିଟର ମଧ୍ୟରେ ରଖିବାଯିବା ଉଚିତ। ଯଦି ଏହାକୁ ରଖାଯା ନ ଯାଏ ତେବେ ନାଲକୋ ଟାଉନସିପ୍‌, ହାଲ ଟାଉନସିପ୍‌, ସୁନାବେଢା ଓ କୋରାପୁଟ ପୌରପାଳିକାକୁ ପାନୀୟ ଜଳ ଯୋଗାଣ ହୋଇପାରିବ ନାହିଁ।

Sambad

ତେବେ ଗତବର୍ଷ ଉପରକୋଲାବ ଜଳ ଭଣ୍ଡାରର ଉପମୁଣ୍ଡରେ ପଙ୍କୋଉଦ୍ଧାର କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାସହ ଜୟପୁର ପୌରାଞ୍ଚଳକୁ ଜଳ ଯୋଗାଣ କରାଯିବାକୁ ସତିଗୁଡା ଡ୍ୟାମ୍‌କୁ ମଧ୍ୟ ପଙ୍କୋଉଦ୍ଧାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ହେଲେ ପ୍ରଶାସନ ବର୍ଷାଦିନ ଆସିବାରୁ ଏହି କାର୍ଯ୍ୟ କରିପାରି ନ ଥିଲା। ଏବେ ଗତବର୍ଷ ପରି ପୁଣି ଜଳ ସଂଙ୍କଟ ଦେଖାଦେଇଥିବାବେଳେ କିପରି ଏହାକୁ ପରିଚାଳନା କରାଯିବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ କହିଛନ୍ତି ଯେ ଗତବର୍ଷ ପରି ଚଳିତବର୍ଷ ଯେପରି ଜଳ ଶଙ୍କଟ ଦେଖା ନ ସେଥିପାଇଁ ଏହାକୁ ପରିଚାଳନା କରାଯାଉଛି। ଏବେ ଜଳଭଣ୍ଡାରରେ ୮୪୬.୩ ମିଟର ରହିଥିବାବେଳେ ଏହାକୁ ୮୪୫.୫ ମିଟର ମଧ୍ୟରେ ରଖିବାକୁ ସିସିଇ ଉପର କୋଲାବ, ଇଇ ଉପରକୋଲାବ ହେଡ୍‌ ୱାର୍କ ଡିଭିଜନ, ଓଏଚପିସି ବାରିଣିପୁଟ, ଏଇ ଡ୍ୟା୍ମ ସାଇଟକୁ ସଜାଗ ରହିବାକୁ କୁହାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର