ରାୟଗଡା: ସ୍ଥାନୀୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ଆଇ.ଡି.ଏସ ସଂସ୍ଥା ମାଧ୍ୟମରେ ପରିଚାଳିତ ହୋଇ ଆସୁଥିବା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ କୋଲକାତା ନିବାସୀ ତଥା ସେଠାକାର ଦମ୍ପତି ଜଣେ ସାତମାସର ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି। ବିଧି ମୁତାବକ ରାୟଗଡ଼ ଜିଲ୍ଲାପାଳ ସ୍ଵଧା ଦେବ ସିଂହ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଉପସ୍ଥିତ ରହି ନିଜ କର କମଳରେ କନ୍ୟା ସନ୍ତାନଟିକୁ ଆଶାୟୀ ବଙ୍ଗୀୟ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ।

Advertisment

ଉକ୍ତ ସନ୍ତାନ ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଆଇ.ଡି.ଏସ ସଂସ୍ଥାର ମୁଖ୍ୟ ଦେବେନ୍ଦ୍ର କୁମାର ବେହେରାଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁମଙ୍ଗଳ କମିଟି ଓ ଆଇ.ଡି.ଏସ ସଂସ୍ଥାର ସମସ୍ତ କର୍ମୀ ଉପସ୍ଥିତ ଥିଲେ।