ପୁରୀ/କୋଣାର୍କ/ଗୋପ : କୋଣାର୍କ ଜନେକ ବଙ୍ଗୀୟ ଯୁବତୀଙ୍କୁ ଦଶ ଦିନ ଧରି ଏକ ବନ୍ଦ କୋଠରୀରେ ଗଣଦୁଷ୍କର୍ମ କରାଯାଇଥିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏଏସପି ସୂଚନା ଦେଇଛି। ତେବେ ବନ୍ଦ କୋଠରୀ ଭିତରୁ ଉଦ୍ଧାର ହୋଇଥିବା ବଙ୍ଗୀୟ ଯୁବତୀ ବାରମ୍ବାର ବୟାନ ବଦଳାଉଥିବା ହେତୁ ତଦନ୍ତରେ ଅସୁବିଧା ଉପୁଜୁଥିବା କଥା ବି କହିଛନ୍ତି ଏଏସ୍ପି।
ମିଳିଥିବା ସୂଚନା ମୁତାବକ, ଗତକାଲି କୋଣାର୍କ ପୁଲିସକୁ ଏକ ଅଜଣା ନମ୍ବରରୁ କେହି ଫୋନ୍ କରି ଯୁବତୀଙ୍କ ସଂପର୍କରେ ସୂଚନା ଦେଇଥିଲା। ସ୍ଥାନୀୟ ଏକ ଲଜରେ ରଖି ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ପୁଲିସ ଉକ୍ତ ବ୍ୟକ୍ତିଙ୍କଠାରୁ ଖବର ପାଇ ଗତ ବୁଧବାର ବିଭିନ୍ନ ଲଜରେ ଚଢ଼ାଉ ବି କରିଥିଲା କିନ୍ତୁ କୌଣସି ଖୋଜଖବର ପାଇ ନଥିଲା। ଗୁରୁବାର ଅପରାହ୍ନରେ କୋଣାର୍କ ଏନଏସି ମାର୍କେଟ୍ କଂମ୍ପ୍ଲେକ୍ସର ଏକ ବନ୍ଦ କୋଠରୀର ଦୁଇମହଲାରୁ ଯୁବତୀଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। ଯୁବତୀ ଜଣକ ତାଙ୍କୁ ବଞ୍ଚାଇବାକୁ ଅନୁରୋଧ କରୁଥିଲେ। ଖବର ପାଇ କୋଣାର୍କ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ବନ୍ଦ କୋଠରୀ ଭିତରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଏହା ସହ ଘରର ଛାତ ଉପରୁ ୧୦ରୁ ଅଧିକ ମଦ ବୋତଲ, ଆଧାରକାର୍ଡ଼, କିଛି ଫଟୋ ଓ ଅନ୍ୟାନ୍ୟ ଦରକାରୀ ଜିନିଷପତ୍ର ପୁଲିସ ଜବତ କରାଯାଇଛି।
/sambad/media/post_attachments/wp-content/uploads/2018/10/depressed-woman-1.jpg)
ଡାକ୍ତରୀ ପରୀକ୍ଷା ସମୟରେ କୋଲକାତାର ଏହି ୨୫ ବର୍ଷୀୟ ଯୁବତୀ ଜଣକ କହିଛନ୍ତି, ସେ ବିବାହିତା ଏବଂ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି।। କିଛି ଦିନ ତଳେ କାଜଲ ନାମ୍ନୀ ଜଣେ ଯୁବତୀ ତାଙ୍କୁ ଚାକିରି ଲାଳସାରେ ପୁରୀ ନେଇ ଆସିଥିଲେ। ପରେ ତାଙ୍କୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରିଥିଲେ। ସୁବାସ ବେହେରା ଓ ଅନ୍ୟ ୧୫ ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/download-57.jpg)