କୋଣାର୍କ-ପୁରୀ ରାସ୍ତାରେ ଭାରସାମ୍ୟ ହରାଇ ବସ୍‌ ଓଲଟିଲା: ୨୦ରୁ ଊର୍ଧ୍ୱ ଯାତ୍ରୀ ଆହତ, ହେଲପର୍‌ ମୃତ

ପୁରୀ: ସୋମବାର ସକାଳେ କେଣାର୍କ-ପୁରୀ ମେରାଇନ୍‌ ଡ୍ରାଇଭ୍‌ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବସ୍‌ରେ ବସିଥିବା ୨୦ରୁ ଊର୍ଧ୍ୱ ଯାତ୍ରୀ ଆହତ ହୋଇଥିବା ଜଣକଙ୍କ ମୃତ୍ୟୁ ହୋଇଛି। ମୃତକ ବସ୍‌ ହେଲ୍‌ପର ଓ ତାଙ୍କ ନାମ ଲିଙ୍ଗରାଜ ବେହେରା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି କେଣାର୍କରୁ ଷୋଳପୁଅ ମା ବସ୍‌ଟି ୨୦ରୁ ଊର୍ଧ୍ୱ ଯାତ୍ରୀଙ୍କୁ ଧରି ପୁରୀ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ଘନଶ୍ୟାମ ଇଞ୍ଜିନିୟରିଂ କଲେଜ ସମ୍ମୁଖରେ ବସ୍‌ଟି ଭାରାସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବସ୍‌ରେ ବସିଥିବା ୨୦ରୁ ଊର୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଚିକିତ୍ସାଳୟରେ ବସ୍‌ ହେଲପର୍‌ ଲିଙ୍ଗରାଜ ବେହେରାଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର