ଆନ୍ଧ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ କୋରାପୁଟର ସର୍ବଦଳୀୟ ନେତା 

କୋରପୁଟ: ବିବାଦୀୟ କୋଟିଆ ପାଇଁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ କୋରାପୁଟର ଜିଲ୍ଲାର ସର୍ବଦଳୀୟ ନେତା। ଏନେଇ ଆଜି ଏକ ବୈଠକରେ ନିଷ୍ପତ୍ତି ହୋଇଛି। ଖୁବଶୀଘ୍ର ଏନେଇ ଆନ୍ଧ୍ର ପ୍ରଦେଶକୁ ଭେଟିବାର ଯୋଜନା ରହିଛି ବୋଲି କହିଛନ୍ତି ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ।

କୋଟିଆ ନିର୍ବାଚନ ନେଇ ଆନ୍ଧ୍ର ବରୁଦ୍ଧରେ ଏକାଠି ହୋଇଛନ୍ତି କୋରାପୁଟର ବିଜେଡି, ବିଜେପି ଓ କଂଗ୍ରେସ । କୋରାପୁଟ ଜିଲ୍ଲା ବିଜେଡ଼ି ସଭାପତି ଇଶ୍ଵର ପାଣିଗ୍ରାହୀ, ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ୍, ଜଯପୁର ବିଧାୟକ ତାରା ପ୍ରସାଦ ବାହିନୀପତ, ପଟ୍ଟ।ଙ୍ଗି ବିଧାୟକ ପ୍ରିତମ ପାଢ଼ୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜ।ନୀଙ୍କ, ପୁର୍ବତନ ସାଂସଦ ଜୟର।ମ ପାଙ୍ଗି, ମୁନ। ରଥ, ରମା ରାଉଳ ସମେତ ଶତାଧିକ ବିଜେଡ଼ି, ବିଜେପି ଓ କଂଗ୍ରେସ କର୍ମୀ ଗତକାଲି ଠାରୁ ୩ଦଳର ନେତୃବୃନ୍ଦ କୋଟିଆରେ ଡେରା ପକାଇ ରାତ୍ର ଯାପନ କରିବା ସହ ବିବାଦୀୟ ଅଂଚଳର ଲୋକ ମାନଙ୍କୁ ଭୋଟ ନଦେବାକୁ ଅନୁରୋଧ କରିଥିବା ବେଳେ ଏହାର ପ୍ରଭାବ ପ୍ରଭାବ ଲୋକ ମାନଙ୍କ ଉପରେ ପଡିଥିଲା ।

ନେରେଡିବାଲସାରେ ୧୨୯୧ ଭୋଟର ଥିବା ବେଳେ ମାତ୍ର ୨୨୩ଜଣ ଭୋଟ ଦେବାକୁ ଯାଇଥିଲେ । ଭୋଟର ହାର ମାତ୍ର ୧୭ ଶତକଡା ଥିଲା । ମାତ୍ର ଓଡିଶାର ଗତ ଉପନିର୍ବାଚନରେ ୬୯ ଶତକଡା ମତଦାନ ହୋଇଥିଲା । ଏଥିରୁ ଅନୁମାନ କରିହୁଏ ଯେ କୋଟିଆରେ ଆନ୍ଧ୍ରର ଚାଲାଲ ଫସର ଫାଟିଲା । ଆନ୍ଧ୍ରର ଏକ ଅଧିବାସୀ ସମ୍ପ୍ରଦାୟକୁ ଆନ୍ଧ୍ର ଅଧିବାସୀ ମାନ୍ୟତା ଦେଇଥିବା ବେଳେ ସେହିମାନେ କେବଳ ଆନ୍ଧ୍ର ନିର୍ବାଚନରେ ଭୋଟ ଦେଇଥିବା ଜଣାପଡିଛି । ଆନ୍ଧ୍ର ଦଲାଲ ମାନଙ୍କୁ ସାବାଡ ସହ କୋଟିଆରେ ଆଉ ଆନ୍ଧ୍ରର ଦାଦାଗିରି ଚଳିବ ନାହିଁ ବୋଲି ସର୍ବ ଦଳୀୟ ନେତା ମାନେ କହିଛନ୍ତି । ଆନ୍ଧ୍ରର ଏହି ଅବାଧ ନିର୍ବାଚନ ଏବଂ ମନମୁଖୀ କାର୍ଯ୍ୟକୁ ବିରୋଧ କରି ସର୍ବଦଳୀୟ ଟିମ୍ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିବା ସହ ଏହି ଟିମ୍ ଆନ୍ଧ୍ରର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନକୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଳା ବିଜେଡ଼ି ସଭାପତି ଇଶ୍ଵର ପାଣିଗ୍ରାହୀ କହିଛନ୍ତି ।

ସମ୍ବନ୍ଧିତ ଖବର