ବଦଳିଲେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଅବଦଲ ଅଖତରଙ୍କୁ ନୂଆ ଦାୟିତ୍ବ

କୋରାପୁଟ: କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ତାଙ୍କ ସ୍ଥାନରେ କଟକ ପିଡି ଡିଆରଡିଏ ରହିଥିବା ୨୦୧୬ ବ୍ୟାଚର ଆଇଏଏସ ଅବଦଲ ଅଖତରଙ୍କୁ ଜିଲ୍ଲାପାଳଭାବେ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞାପ୍ତି ପ୍ରକାଶ କରାଯାଇଛି। ତେବେ ଶ୍ରୀ ମିଶ୍ରଙ୍କୁ ରାଜ୍ୟ ସରକାର ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ଦିଆଯାଇଛି। ୨୦୧୯ ଅଗଷ୍ଟ ୧୩ ତାରିଖରେ ମାର୍କଫେଡର ପରିଚାଳନା ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ଓଏଏସ ମଧୁସୂଦନ ମିଶ୍ରଙ୍କୁ କୋରାପୁଟ ଜିଲ୍ଳାପାଳ ଭାବେ ନିଯୁକ୍ତି ମିଳିଥିଲା।

କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର।

 

ସମ୍ବନ୍ଧିତ ଖବର