ଜୟପୁର: କୋରାପୁଟ ଜିଲ୍ଲା ଆଇନଜୀବୀ ସଂଘ ଜୟପୁରର ସାଧାରଣ ପରିଷଦ ବୈଠକ ଆଇନଜୀବୀ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ସରୋଜ ଦାଶ ସଭାପତିତ୍ବ କରିଥିଲେ। ଉପସଭାପତି ହରିଶ୍ଚନ୍ଦ୍ର ମୁଦୁଲି, ସଂପାଦକ ଆନନ୍ଦ ରଥ, ଯୁଗ୍ମ ସଂପାଦକ ଉମାକାନ୍ତ ସାହୁ, କୋଷାଧ୍ୟକ୍ଷ ଗୋପବନ୍ଧୁ ସାନ୍ତ୍ରା ମଂଚାସୀନ ଥିଲେ। ବୈଠକରେ ସଭ୍ୟ ମାନଙ୍କର କଲ୍ୟାଣ ପାଣ୍ଠି, ବୀମା , ବାରକାଉନସିଲ ନିର୍ବାଚନ ଆଗାମୀ ଦିନରେ ହେବାକୁ ଥିବା ବେଳେ କିଛି ସଭ୍ୟଙ୍କ ନା ଏବେକାର ନିର୍ବାଚନ ତାଲିକାରେ ନଥିବାରୁ ଏମାନେ ସବୁ କିଭଳି ସାମିଲ ହୋଇପାରିବେ, ବାର୍ଷିକ ଚାନ୍ଦା, ନୂଆ ଲାଇବ୍ରେରୀ ଆରମ୍ଭ କରିବା ଆଦି ବିଷୟକୁ ନେଇ ଆଲୋଚନା କରାଯାଇଥିଲା। ଏଥିରେ କାର୍ଯ୍ୟକାରୀ ସଭ୍ୟଙ୍କ ସହ ବହୁ ଆଇନଜୀବୀ ଅଂଶ ଗ୍ରହଣ କରିଥିଲେ।
କୋରାପୁଟ ଜିଲ୍ଲା ଆଇନଜୀବୀ ସଂଘର ସାଧାରଣ ପରିଷଦ ବୈଠକ
/sambad/media/post_attachments/wp-content/uploads/2021/01/jpr-dist-court-general-bodymeeting-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)