କୋଟିଆରେ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ

କୋରାପୁଟ : କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ଆଜି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତାର, ଆଇଟିଡିଏର ପ୍ରକଳ୍ପ ନିର୍ଦ୍ଦେଶକ କାରୁ ସରୋନ୍ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବନୀ ଶଙ୍କର କାଲୋ। ବିବାଦୀୟ କୋଟିଆ ଗ୍ରାମପଞ୍ଚାୟତ ଅଧୀନସ୍ଥ ଡୋଳିଆମ୍ବ ଓ ତାଡିବାଲସାକୁ ଯାଇ ବୁଲି ଦେଖିଛନ୍ତି। କୋଟିଆରେ ସଦ୍ୟ ପ୍ରସ୍ତୁତ ହୋଇଥିବା ବିଦ୍ୟାଳୟକୁ ଯାଞ୍ଚ କରିଛନ୍ତି। ବିଦ୍ୟାଳୟ ଖୋଲିବା ପରେ ଏହିଠାରେ ଶିକ୍ଷାଦାନ କରାଯିବାକୁ ଯୋଜନା ହୋଇଛି। ଏହାସହ କୋଟିଆବାସୀଙ୍କୁ ଛେଳୀ ଚାଷ, ଫୁଲ୍‌ ଝାଡୁ ଓ ମହୂମାଛି ଚାଷ ବିଷୟରେ ବୁଝାଇଥିଲେ। ଏହାସହ କୋଟିଆରେ ରହିଥିବା ଲୋକଙ୍କୁ ବିଭିନ୍ନ ଜିନିଷ ପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର