ଜୟପୁର: ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ କିକ୍ ବକ୍ସିଂ ଆସୋସିଏସନ୍ ଅଫ୍ ଓଡିଶା‌ ସହଯୋଗରେ ଶନିବାର ଓ ରବିବାର ଦୁଇ ଦିନ ଧରି ରାଉରକେଲା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ଖେଲୋ ଇଣ୍ଡିଆ ମହିଳା କିକ୍ ବକ୍ସିଂ ଲିଗ ୨୦୨୩-୨୪ ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାପୁଟ ଜିଲ୍ଲା ଦଳକୁ ମିଳିଛି ସଫଳତା। ଏହି ପ୍ରତିଯୋଗିତାରେ ୮ଟି ଫାଇଟିଂ ଓ ୬ଟି କିକ୍ ଲେଟ୍ ରେ ୫ଟି ସ୍ବର୍ଣ୍ଣ, ୭ଟି ରୌପ୍ୟ (ସିଲଭର), ୨ଟି ବ୍ରୋଂଜ ପଦକ ପାଇ ଜିଲ୍ଲାର ‌ନାଁକୁ ଗୌରବାନ୍ବୀତ କରିଛନ୍ତି।

Advertisment

୮୦କିଲୋ ବର୍ଗରେ ମହମ୍ମଦ ଫାରିନ, ୫୧କିଲୋ ବର୍ଗରେ ଅନନ୍ୟା ଦାସ, ୭୩କିଲୋ ବର୍ଗରେ ପୁଷ୍ପାଂଜଳୀ ଜାନି ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ପାଇଛନ୍ତି। ‌ସେଭଳି ୩୭କିଲୋ ବର୍ଗରେ ପ୍ରତ୍ୟାଶା ବାରିକ, ୫୨କିଲୋ ବର୍ଗରେ ସୁଜାତା ଖରା ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପାଇଥିଲେ ।  ସେପରି  ୬୦କିଲୋ ବର୍ଗରେ କେ.ନମ୍ରତା, ୭୩କିଲୋ ବର୍ଗରେ ସୃତି ସାହୁ , ୭୦କିଲୋ ବର୍ଗରେ ଟି.ଶ୍ରାବଣୀ, ୩୭କିଲୋବର୍ଗରେ ସମୀକ୍ଷା ଦୋରା ଗୋଟିଏ ଲେଖାଏଁ ରୌପ୍ୟ ପଦକ ପାଇଥିଲେ।

୪୨କିଲୋ ବର୍ଗରେ ବଂଶିକା ଧଳ, ୫୪କିଲୋ ବର୍ଗରେ ଅନ୍ବେଶା ଖରା ଗୋଟିଏ ଲେଖାଏଁ ବ୍ରୋଂଜ ପଦକ ପାଇଛନ୍ତି। ଏହି ଦଳକୁ କୋଚ ଓମ୍ୟାନଜର ଭାବେ ଜିଲ୍ଲା କିକ୍ ବକ୍ସିଂ ଆସୋସିଏସନର ସଂପାଦକ ନିରଂଜନ ପାଣିଗ୍ରାହୀ ଓ ରିହାନ ଖାନ ସାଙ୍ଗରେ ଯାଇଥିଲେ। କୃତି କୋରାପୁଟ ଦଳକୁ ବିଭିନ୍ନ ମହଲରେ ଶୁଭେଚ୍ଛା ଞାପନ କରାଯାଇଛି। କୃତି ହାସଲ କରିଥିବା ମହିଳା ଦଳକୁ ଆସନ୍ତା ନଭେମ୍ବର ମାସରେ ପୁର୍ନବାର ଚୟନରେ ଭାଗ ନେଇ ନିଜ କୃତିତ୍ବ ପ୍ରତିପାଦନ କଲେ ଓଡିଶା ଦଳ ପାଇଁ ଚୟନ କରାଯିବା ସମ୍ଭାବନା ରହିଛି ବୋଲି କହିଛନ୍ତି ସଂପାଦକ ଶ୍ରୀ ପାଣିଗ୍ରାହୀ।