ବାଟ ହୁଡିଛି ଏସବିଏମ୍‌; ଶୋଷକ ଖାତ ନିର୍ମାଣରେ କୋରାପୁଟ ପଛୁଆ

ଲକ୍ଷ୍ୟ ଥିଲା ୧୩୨୧୧ ନିର୍ମାଣ ହୋଇଛି ମାତ୍ର ୫୦୨୧

କୋରାପୁଟ: ଲକ୍ଷ୍ୟ ଥିଲା ପାଇଖାନା ନିର୍ମାଣ ପରେ ଏଥିରୁ ବାହାରୁଥିବା ଧୁସର ଜଳକୁ ପରିଚାଳନା କରିବା। ଏଥିରୁ ବାହାରୁଥିବା ଖାତକୁ ସାର ଭାବେ ବ୍ୟବହାର କରିବା। ଏଥିପାଇଁ ଗାଁରେ ରହିଥିବା କେତୋଟି ପରିବାରକୁ ମିଶାଇ ଏକ ଗୋଷ୍ଠୀଗତ ‌ଶୋଷକ ଖାତ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଯୋଜନା କରିଥିଲେ। ଏହି ଶୋଷକ ଖାତା ଖାଲି ଯେ ପରିବେଶକୁ ସ୍ବଚ୍ଛ ରଖିବତାହା ନୁହେଁ ଏହି ଜଳ ଯୋଗୁଁ ହେଉଥିବା ରୋଗକୁ ମଧ୍ୟ ରୋକି ପାରିବ। ତେବେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ବାଟ ହୁଡିଛି ସ୍ବଚ୍ଛ ଭାରତ ମିଶନ। ଏହି ମିଶନ ଅଧୀନରେ ନିର୍ମାଣ ହୋଇଥିବା ପାଇଖାନାରୁ ବାହାରୁଥିବା ବର୍ଯ୍ୟଜଳକୁ ପରିଚାଳନା କରିବାକୁା ଶୋଷକ ଖାତ ବା କମ୍ୟୁନିଟି ଲିଚ୍‌ପିଟ୍‌ ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା ୨୦୧୪ରୁ ହାତକୁ ନେଇଥିଲେ। ଏହି କ୍ରମରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଆର୍ଥିକ ବର୍ଷ ପରେ ଆର୍ଥିକ ବର୍ଷ ବିତୁଥିବା‌ବେଳେ ବାଟ ହୁଡିଛି ସ୍ବଚ୍ଛ ଭାରତ ମିଶନ। କୋରାପୁଟ ଜିଲ୍ଲାରେ ୧୩୨୧୧ ନିର୍ମାଣ ‌ଶୋଷକ ଖାତ ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ନିର୍ମାଣ ହୋଇଛି ମାତ୍ର ୫୦୨୧। ମୋଟ ୩୮.୩ ପ୍ରତିଶତ ନିର୍ମା‌ଣ ହୋଇଥିବା ବେଳେ କେବେ ଆଉ ଶେଷ ହେବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଜିଲ୍ଲାର ବନ୍ଧୁଗାଁ ବ୍ଲକରେ ୧୪୭ ଗାଁରେ ୩୩୩ ଟି ଗୋଷ୍ଟୀଗତ ‌ଶୋଷକ ଖାତ ନିର୍ମାଣ କରିବାକୁ ଯୋଜନା ହୋଇଥିବାବେଳେ ନିର୍ମାଣ ହୋଇଛି ମାତ୍ର ୭୧ (୨୧.୩ ପ୍ରତିଶତ)। ସେହିପରି ବୈପାରିଗୁଡା ବ୍ଲକରେ ୧୪୧ ଗାଁରେ ୧୧୮୪ଟି ନିର୍ମାଣ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ୧୦୦୦ଟି (୮୪.୫ ପ୍ରତିଶତ) ନିର୍ମାଣ ହୋଇଛି।

ବୋରିଗୁମ୍ମାରେ୧୪୮ଟି ଗାଁର ୨୨୧୩ଟିରୁ ୧୦୩୦ଟି(୪୬.୫%), ଦଶମନ୍ତପୁରରେ ୧୬୫ଟି ଗାଁର ୮୭୩ରୁ ୪୬୮ଟି (୫୩.୬ %), ଜୟପୁର ବ୍ଲକରେ ୧୧୨ଟି ଗାଁରେ ୧୫୦୯ଟିରୁ ୩୮୯ (୨୫.୮ %), କୋରାପୁଟରେ ୯୭ଟି ଗାଁରେ ୮୩୨ରୁ ୧୭୭ଟି (୨୧.୩), ‌କୋଟପାଡରେ ୯୫ଟି ଗାଁରେ ୯୪୯ଟିରୁ ୫୨୦ଟି (୫୪.୮), କୁନ୍ଦୁରାରେ ୮୪ଟି ଗାଁରେ ୯୧୬ଟି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ୪୨୯ଟି (୪୬.୩ %) କରାଯାଇଛି।ଲମତାପୁଟରେ ୧୬୮ଟି ଗାଁରେ ୮୨୦ଟି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ୨୬୭ଟି (୩୨.୬ %) କରାଯାଇଛି। ଲକ୍ଷ୍ମୀପୁରରେ ୧୦୧ଟି ଗାଁରେ ୪୩୨ଟି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ୬ଟି (୧୪.୧ %) କରାଯାଇଛି। ନନ୍ଦପୁରରେ ୨୧୯ଟି ଗାଁରେ ୧୦୪୪ଟି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ୧୬୮ଟି (୧୬.୧ %) କରାଯାଇଛି। ନାରାୟଣପାଟଣାରେ ୧୨୭ଟି ଗାଁରେ ୫୭୪ଟି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ୧୪୭ଟି (୨୫.୬ %) କରାଯାଇଛି। ପଟାଙ୍ଗୀରେ ୧୦୨ଟି ଗାଁରେ ୬୭୦ଟି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ୧୧୮ଟି (୧୭.୬ %) କରାଯାଇଛ। ସେହିପରି ସେମିଳିଗୁଡାରେ ୯୫ଟି ଗାଁରେ ୭୬୨ଟି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୧୭୬ଟି (୨୩.୧ %) କରାଯାଇଛି।

ସମ୍ବନ୍ଧିତ ଖବର