ଲକ୍ଷ୍ମୀପୁର: କୋରାପୁଟ ଲୋକସଭା ଆସନରୁ ବିଜୟୀ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକାଙ୍କୁ ଶନିବାର ଲକ୍ଷ୍ମୀପୁରରେ ସ୍ୱାଗତ କରାଯାଇଛି। ଏହି ଅବସରରେ କଂଗ୍ରେସର ସ୍ଥାନୀୟ ନେତା ଓ କର୍ମଚାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ କଂଗ୍ରେସକୁ କେବଳ କୋରାପୁଟ ଆସନ ମିଳିଛି। ବିଜେଡ଼ିକୁ ୧୨ଟି ଆସନ ମିଳିଥିବା ବେଳେ ବିଜେପିକୁ ୮ଟି ଆସନରେ ବିଜୟୀ ହୋଇଛି।
କୋରାପୁଟ ଲୋକସଭା ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ବିଜୟୀ ହେବା ପରେ ଲକ୍ଷ୍ମୀପୁରରେ ଆସି ପହଞ୍ଚିଥିଲେ କିନ୍ତୁ କିଛି ହାତ ଗଣତି କଂଗ୍ରେସ କର୍ମୀ ସ୍ୱାଗତ କରିବା ସକାସେ ଉପସ୍ଥିତ ରହିଥିବା ବେଳେ ଶ୍ରୀ ଉଲ୍ଲାକାଙ୍କ ଲକ୍ଷ୍ମୀପୁର ମାମୁଁ ଘର ଗାଁ ହୋଇଥିବା କାରଣରୁ ଅନେକ ସଂପର୍କୀୟ ଉପସ୍ଥିିତ ରହି ବାଜାବାଣ ସହ ସ୍ୱାଗତ କରିଥିଲୋ ନିର୍ବାଚନରେ ଓଡିଶାରେ ସେ ଜଣେ ହିଁ କଂଗ୍ରେସ ପାଇଁ ଲୋକ ସଭା ଆସନ ସକାଶେ ବିଜୟୀ ହୋଇଥିଲେ ମଧ୍ୟ ଆଗାମୀ ଦିନରେ କୋରାପୁଟର ବିକାଶ ପାଇଁ ଚେଷ୍ଟା କରିବା ସହ ଅନେକ ବିକାଶ କାର୍ଯ୍ୟ ଏହି ଅଞ୍ଚଳ ପାଇଁ ରହିଯାଇଛି, ଯାହାକି ସେ ଆଗାମୀ ଦିନରେ ସାଂସଦରେ ଉପସ୍ଥାପନା କରି ବିକାଶର ଧାରାକୁ ଆଗେଇ ନେବାକୁଚେଷ୍ଟା କରିବେ ବୋଲି କହିଥିଲୋ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/laxmipur.jpg)