ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଲା କୋରାପୁଟ

ଚେଇଁ ଶୋଇଛି ପ୍ରଶାସନ, ଚିନ୍ତାରେ ଗରିବ ଆଦିବାସୀ 

କୋରାପୁଟ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାର କୋରାପୁଟ ସମେତ ରାୟଗଡା ଓ ନବରଙ୍ଗପୁର ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କାଟିଏ ବ୍ୟୟ କରାଯାଇନି। ଖାଲି ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି ଜିଲ୍ଲାକୁ ଛାଡିଲେ ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାକୁ ମଧ୍ୟ ଗୋଟିଏ ବି ଆବାସ ପ୍ରଦାନ କରାଯାଇନି। ସଦସ୍ୟ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ଜାରି ହୋଇଥିବା ୮ ଲକ୍ଷ୧୭ହଜାର ୪୪୪ ଘର ମଧ୍ୟରୁ କୋରାପୁଟ, ରାୟଗଡା, ନବରଙ୍ଗପୁର ଜିଲ୍ଲା ସହ ବରଗଡ, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାକୁ କୌଣସି ଟାର୍ଗେଟ ଦିଆଯାଇନି। ଅନ୍ୟପକ୍ଷରେ ରାଜ୍ୟ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାପାଳଙ୍କୁ ତୁରନ୍ତ ଜବକାର୍ଡ, ଆଧାର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ସିଡିଂ କରିବାକୁ କୁହାଯାଇଛି।

ତେବେ କୋରାପୁଟ ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଗରିବ ଲୋକଙ୍କୁ କିପରି ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଲାଣି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ଅଚିନ୍ତା ନିଦରେ ଶୋଇଥିବାବେଳେ ବର୍ଷାଦିନ ହେତୁ ଗରିବଙ୍କ ଚିନ୍ତା ବଢିବାରେ ଲାଗିଛି। ଏନେଇ ବହୁ ରାଜନେତା ଟ୍ବିଟରରେ ଯୁଦ୍ଧ ଚାଲିଥିବାବେଳେ ଏହା ସଂଶୋଧନ ହେବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର