କୋରାପୁଟ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତ ସାରି ଫେରିଛନ୍ତି ରାଜ୍ୟ ସରକାରଙ୍କର ୫ ଜଣ ହେବିୱେଟ ସଚିବ। ଆଜି ଜୟପୁର ବିମାନବନ୍ଦରରେ ଓହେ୍ଲଇବା ପରେ ନବରଙ୍ଗରପୁର ଗସ୍ତରେ ଯାଇଥିଲେ। ସେଠାରୁ ଫେରି କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଏକ ନୂତନ ୬୫୦ ଶଯ୍ୟା ବିଶିଷ୍ଠ ଅଧ୍ୟାପନା ହସପିଟାଲ କାର୍ଯ୍ୟର ତଦାରଖ କରିଥିଲେ।ରାଜ୍ୟ ସରକାରଙ୍କର ମୁଖ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ,୫ଟି ସଚିବ ଭି.କେ.ପାଣ୍ଡିଆନ , ଏନଏଚଆରଏମ ନିର୍ଦ୍ଦେଶକ ଶାଲୀନି ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିନୀଲ କ୍ରୀଷ୍ଣା ପ୍ରମୁଖ ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିକାଶମୁଳକ ପରିଦର୍ଶନ କରିଥିଲେ। ଏହାପରେ ଜୟପୁର ବିଭାନବନ୍ଦରକୁ ଫେରି ଭୁବେନେଶ୍ବରକୁ ଫେରିଯାଇଥିବା ଜଣାପଡିଛି। ଏହି ଗସ୍ତ ସମୟରେ ମୁଖ୍ୟ ସଚିବ ଓ ୫ଟି ସଚିବ କୋଭିଡର ତୃତୀୟ ଲହର ମୁକାବିଲା ଓ ପ୍ରାକ୍ ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ।
ଆଜି କୋରାପୁଟ ଡେଙ୍ଗାଜାନିଗୁଡାରେ ନିର୍ମାଣଧୀନ ନୂତନ ୬୫୦ ଶଯ୍ୟା ବିଶିଷ୍ଠ ଅଧ୍ୟାପନା ହସପିଟାଲ କାର୍ଯ୍ୟର ସମୀକ୍ଷା କରାଯାଇଥିବାବେଳେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅରୁଣ କୁମାର ସାହୁ ନିର୍ମାଣଧିନ ଅଧ୍ୟାପନା ହସପିଟାଲର ନକ୍ସା ଉପରେ ଆଲୋକପାତ କରିଥିଲେ। କୋରାପୁଟ ହସପିଟାଲରେ ନିର୍ମାଣଧିନ ପିଏସଏ ଓ ଏଲଏମଓ ଉପରେ ସମୀକ୍ଷା କରିଥିଲେ ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର, କୋରାପୁଟ ରାସ୍ତା ଓ କୋଠାବାଡିର ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଖୁରା , ସହକାରୀ ନିର୍ବାହୀ ଯନ୍ତ୍ରୀ ମଧୁସ୍ମିତା ସାମଲ , ସହକାରୀ ଯନ୍ତ୍ରୀ ଶରତ କୁମାର ପାତ୍ର ,ସାପୋର୍ଜ ପାଲୋନଜୀ କଂପାନୀର ପ୍ରକଳ୍ପ ନିର୍ଦ୍ଦେଶକ ଅନୀଲ ସଲଭଟ ,କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଡିନ ପ୍ରଫେସର ଡାକ୍ତର କୃଷ୍ଣଚନ୍ଦ୍ର ବିଶ୍ୱାଳ ,ହସପିଟାଲ ଅଧିକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର ଓ ହସପିଟାଲ ପ୍ରଶାସିକା ମଧୁମିତା ନାୟକ ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟ ପରିଦର୍ଶନ କରିଥିଲେ ।କୋରାପୁଟ ସରକାରୀ ବିଦ୍ୟାଳୟ ରୁପାନ୍ତର କାର୍ଯ୍ୟ ଉପରେ ପଚାରି ବୁଝିଥିଲେ ।କୋରାପୁଟ ସରକାରୀ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ମୀନା କୁମାରୀ ସ୍ୱାଇଁ, ଶିକ୍ଷୟତ୍ରୀ ଅନୀତା ପଟ୍ଟନାୟକ ଓ ଏମ.ଜ୍ୟୋତିରାଣୀ ଚୋଧୁରୀ, ପୂରାତନ ଛାତ୍ରୀ ତପସ୍ପିନୀ ମହାପାତ୍ର ଓ ଉମା କୁମାରୀ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ମନୋରମା ରଣା, ସଦସ୍ୟ ଅରୁଣ କୁମାର ସାହୁ, ଛାତ୍ରୀ କିରଣ ଘଡେଇ ଓ ଅସିମା କୁଲଦୀପଙ୍କ ସହ ଆଲୋଚନା କରିଥିଲେ। ଏହି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ସମୟରେ ଜୀବନର ଲକ୍ଷ୍ୟ କଣ ବୋଲି ଛାତ୍ରୀ ଅସୀମା କୁଲଦୀପଙ୍କୁ ପଚାରିବାରୁ ସେ ଉକ୍ତ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା ଜଣେଇଥିଲେ। ଆମ୍ଭ ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀ ହେବାକୁ ଯାଉଥିବାରୁ ବହୁତ ଖୁସି ଲାଗୁଥିବା ଛାତ୍ରୀ ଅସୀମା ପ୍ରକାଶ କରିଥିଲେ ।କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟରେ ୨୦୦ ମିଟର ଟ୍ରାକ ଉପରେ ଗୁରୁତ୍ୱ ଦେଇଥିଲେ ବୋଲି ସଦସ୍ୟ ଅରୁଣ କୁମାର ସାହୁ ପ୍ରକାଶ କରିଥିଲେ ।ରୁପାନ୍ତର କାର୍ଯ୍ୟ ଶେଷ ହେଲେ ନିଶ୍ଚିତ ଭାବେ ଉକ୍ତ ସ୍କୁଲକୁ ୫ଟି ସଚିବ ଆସିବେ ବୋଲି ପ୍ରତିଶୃତି ଦେଇଥିବା ସେ ପ୍ରକାଶ କରିଥିଲେ । ଉକ୍ତ ସ୍କୁଲରେ ପୂରାତନ ଛାତ୍ରୀମାନେ ଯୋଗଦାନ କରୁଥିବା ଜାଣିପାରି ୫ଟି ସଚିବ ଖୁସି ହୋଇଥିଲେ ବୋଲି ପୂରାତନ ଛାତ୍ରୀ ତପସ୍ପିନୀ ସାହୁ ପ୍ରକାଶ କରିଥିଲେ ।କୋରାପୁଟ ସରକାରୀ ବାଳିକା ହାଇସ୍କୁଲର ରୁପାନ୍ତର କାର୍ଯ୍ୟ ସମୀକ୍ଷା କରି ୫ଟି ସଚିବ ସନ୍ତୋଷବ୍ୟକ୍ତ କରିଥିଲେ ବୋଲି ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ମୀନା କୁମାରୀ ସ୍ୱାଇଁ ପ୍ରକାଶ କରିଥିଲେ । କୋରାପୁଟ ଜିଲ୍ଲାର ୧୭ ଟି ହାଇସ୍କୁଲର ରୁପାନ୍ତର କାର୍ଯ୍ୟ କରାଯାଉଥିବା କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ସୂଚନା ଦେଇଛନ୍ତି ।ଆସନ୍ତା ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ କାର୍ଯ୍ୟ ସାରିବାକୁ ୫ଟି ସଚିବ ନିର୍ଦ୍ଦେଶ ଦେଇଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ରମାକାନ୍ତ ନାହାକ, କୋରାପୁଟ ପୌରପାଳିକାର ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତରାୟ , ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ଜଳସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ତେଲେଙ୍ଗରୀ ପ୍ରକଳ୍ପ ପରିଦର୍ଶନ କରିବା ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ବୋଲି ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ସୂଚନା ଦେଇଛନ୍ତି ।
ମୁଖ୍ୟସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଗସ୍ତରେ ଆସିଥିଲୁ। ଆଜି ଦୁଇ ଜିଲ୍ଲାର ଶିକ୍ଷା ସହ ସ୍ମାର୍ଟ କ୍ଲାସ, ସ୍ବାସ୍ଥ୍ୟ ଓ ଜଳସେଚନ ଏବଂ ଅକ୍ସିଜେନ୍ ପ୍ଲାଣ୍ଟର ସମୀକ୍ଷା କରାଯାଇଛି। ନବରଙ୍ଗପୁର ଜିଲ୍ଲାରେ କିପରି ଜଳସେଚନକୁ ବୃଦ୍ଧି କରାଯିବ ସେନେଇ ସମୀକ୍ଷା କରାଯାଇଛି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏନେଇ ବଡ ଘୋଷଣା କରିବେ। କୋରାପୁଟ ଜିଲ୍ଲାର ଏସଏଲଏନ ମେଡିକାଲ କଲେଜର ୬୫୦ ଶୈକ୍ଷିକ ହସ୍ପିଟାଲର ନିର୍ମାଣକାର୍ଯ୍ୟ ଅଢେଇବର୍ଷ ମଧ୍ୟରେ ଶେଷ ହେବାକୁ ଯୋଜନା ରହିଥିବାବେଳେ ତାହାର ମଧ୍ୟ ସମୀକ୍ଷା କରାଯାଇଛି। ଏହାସହ ଜୟପୁର ବିମାନବନ୍ଦର ସମୀକ୍ଷା କରାଯାଇଛି। ଏହିଠାରୁ ଖୁବଶୀଘ୍ର ବିମାନ ଚଳାଚଳ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏନେଇ ସବୁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/kpt-gastare-5-sachiba-2.jpg)