କୋରାପୁଟ: ଗଣମାଧ୍ୟମ ଉପରେ ଆ‌କ୍ରୋଶକୁ ବରଦାସ୍ତ କରି ହେବନି। ଭାରତ ପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର କଂଣ୍ଠ‌ରୋଧ ଆଦୌ ଗ୍ରହଣୀୟ ନୁହେଁ। ଏପରି ନାରା ଦେଇ ଆଜି ରାଜ୍ୟ ସରକାରଙ୍କୁ ଚେତାଇଛନ୍ତି କୋରାପୁଟ ଯୁବ ସଂଗଠନ। ସରକାରୀ ଚାପରେ ସମ୍ବାଦ ଅଫିସରେ ଇଓଡବ୍ଲୁ ଚଢାଉକୁ ଘୋର ବିରୋଧ କରିଛି କୋରାପୁଟ ଯୁବ ସଂଗଠନ | ଯୁବ ସଂଗଠନ ରମେଶ ଖରାଙ୍କ ନେତୃତ୍ୱରେ କୋରାପୁଟ ବସଷ୍ଟାଣ୍ଡରେ ରାଜ୍ୟ ସରକାରଙ୍କ ନୀତିକୁ ଘୋର ବିରୋଧ କରିବା ସହିତ ଇଓଡବ୍ଲୁ କାର୍ଯ୍ୟକଳାପକୁ ଘୋର ବିରୋଧ କରିଥିଲେ |

Advertisment

ଗଣତନ୍ତ୍ର ରାସ୍ତାରେ ଜନସାଧାରଣ ସୁରକ୍ଷିତ ନୁହନ୍ତି | ନେତା ଲୋକଙ୍କ ସେବା କରିବା ବଦଳରେ ସଚିବ ଲୋକମାନଙ୍କ ଟଙ୍କାକୁ ଯେପରି ପାଣି ଭଳି ଖର୍ଚ୍ଚ କରୁଛି ତାହାକୁ ଯୁବ ସଂଗଠନ ଘୋର ବିରୋଧ କରିଥିଲା । ଆମେ ସମ୍ବାଦ ସହିତ ଅଛୁ ଆଉ ଆଗାମୀ ଦିନରେ ଯୁବ ସଂଗଠନ ତରଫରୁ ଜିଲ୍ଲାରେ ଏକ ବଡ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଏଇ ସଂଗଠନ। ଏଥିରେ ମେଶ ଖରା, ଧର୍ମେନ୍ଦ୍ର ବିଡ଼ିକା,ବାବୁଲା କନ୍ଦାପନ ଓ କୁମାର ଜାନିଙ୍କ ସହ ବହୁ ଯୁବ ସଂଗଠକ ଉପସ୍ଥିତ ଥିଲେ।