କପି କରି ଧରାପଡିଲେ ୧୦ ଛାତ୍ରଛାତ୍ରୀ

କୋରାପୁଟ: ମାଟ୍ରିକ ପରୀକ୍ଷାରେ କପି କରି ଆଜି ୧୦ଜଣ ଛାତ୍ରଛାତ୍ରୀ ଧରା ପଡିଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି। ସୂଚନା ଅନୁସାରେ, ଆଜି ପରୀକ୍ଷା ଚାଲିଥିଲା ବେଳେ ଲମତାପୁଟ ବ୍ଲକ ଲମତାପୁଟ ଏଏସଡି ବିଦ୍ୟାଳୟର ୪ଜଣ ଛାତ୍ରଛାତ୍ରୀ କପି କରୁଥିଲା ବେଳେ ସ୍କ୍ବାଡ୍ ହାତରେ ଧରା ପଡିଥିଲେ। ସେହିପରି ଲମତାପୁଟ ହାଇସ୍କୁଲର ୬ ଜଣ ଛାତ୍ରଛାତ୍ରୀ କପି କରି ଧରା ପଡିଛନ୍ତି। ଏହାବାଦ ଅନ୍ୟ କୌଣସି ପରୀକ୍ଷା କେନ୍ଦ୍ରରେ କିଛି ଅସୁବିଧା ହୋଇ ଥିବାର ଖବର ଆସିନି। ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ବନ୍ଧୁଗାଁରେ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ପରୀକ୍ଷା ପରିଚାଳନାକୁ କଡାକଡି କରିବା ପାଇଁ ପ୍ରଶାସନ ଓ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା।

ସମ୍ବନ୍ଧିତ ଖବର