ଜୟପୁର: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ

ଜୟପୁର: ଜୟପୁର ବ୍ଲକ ଅଧିନସ୍ଥ ଧନପୁର ପଞ୍ଚାୟତର ଗଗୁଡ଼ଗୁଡ଼ା ଗାଁରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ମନସାହି ଗାଦବା(୨୮)। ଜୟପୁରରେ ଥିବା ପେପର୍‌ ମିଲ୍‌ ପାଇଁ ଗଛ ଆବଶ୍ୟକ ପଡ଼େ। ମନସାହି ଅପରାହ୍ନ ପ୍ରାୟ ୧୨ଟା ସମୟରେ ତାଙ୍କ ଘର ନିକଟସ୍ଥ ନୀଳଗିରି ଗଛ କାଟିବାକୁ ଯାଇଥିଲେ। ସେ ଗଛ କାଟି ଫେରୁଥିବା ସମୟରେ ବିଲ ମଝିରେ ଏକ ବିଦ୍ୟୁତ୍‌ ତାର ସହ ଡାଳ ବାଜି ଯାଇଥିଲା। ଫଳରେ ମନସାହି ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ଜୟପୁର ଉପକଣ୍ଠ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିିଛି। ମନସାହିଙ୍କର ୨ଟି ପୁଅ ଓ ଜଣେ ଝିଅ ଅଛନ୍ତି। ଏ ନେଇ ପୁଲିସ୍‌ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର