ନନ୍ଦପୁର: ନନ୍ଦପୁର ବ୍ଲକ ପଡୁଆ ଥାନା ଅନ୍ତର୍ଗତ ବିଜାଗୁଡା ଘାଟି ନିକଟରେ ଚାଲାଣ ପାଇଁ ଗୋଛିତ ଗଞ୍ଜେଇ ପଡୁଆ ପୁଲିସ ଜବତ କରିଛି। କୌଣସି ସୂତ୍ରରୁ ଖବର ପାଇ ନନ୍ଦପୁର ଏସଡିପିଓ ଏନେଇ ପଡୁଆ ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ପଡୁଆ ଆଇ ଆଇ ସି ଅଶୋକ ବିଶୋଇଙ୍କ ନେତୃତ୍ୱରେ ପୁଲିସ ଟିମ୍ ଚଢ଼ାଉ କରିଥିଲେ।
ସେହି ସମୟରେ ଚାଲାଣ ପାଇଁ ଗଚ୍ଛିତ ରଖିଥିବା ଗଞ୍ଜେଇ ମାଫିଆମାନେ ପାହାଡ଼ ଘଞ୍ଚ ଜଙ୍ଗଲ ଅନ୍ଧାର ରାତି ଯୋଗୁଁ ଫେରାର ହୋଇଯାଇଥିଲେ। ପୁଲିସ ଗଞ୍ଜେଇ ଆଣି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରିବାରୁ ତାହା ୧୦୧କେ ଜି ବୋଲି ଜଣାଯାଇଥିଲା। ଏହା ପଡୁଆ ଅଞ୍ଚଳରୁ ଆରକୁ ଦେଇ ଆନ୍ଧ୍ର ପ୍ରଦେଶ ଯାଇଥାନ୍ତା ବୋଲି ପୁଲିସ ସୂଚନା ଦେଇଛି। ପଡୁଆ ଥାନାରେ କେସ ନଂ ୧୦୭/୨୩ରେ ମାମଲା ରୁଜୁ ହୋଇଛି। ଏସ ଆଇ ଦୀପକ ବାରିକ ଘଟଣାର ତଦନ୍ତ କରୁଛନ୍ତି।