ବୈପାରିଗୁଡ଼ା: ବେକରେ ଓଢ଼ଣୀ ଦେଇ ଜଣେ ଦଶମ ଶ୍ରେଣୀର ଛାତ୍ରୀ ଜୀବନ ହାରିଥିବା ଜଣାପଡ଼ିଛି। ମୃତ ଛାତ୍ରୀ ହେଲେବୁଡୁ ରାଉତଙ୍କ ଝିଅ ରେସମା ରାଣୀ ରାଉତ। 

Advertisment

ଘଟଣା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ସଦର ମହକୁମାସ୍ଥିତ ବୀରଖମ୍ବସାହିର ବୁଡୁ ରାଉତଙ୍କ ଝିଅ ବୈପାରିଗୁଡା ହାଇସ୍କୁଲରେ ୧୦ମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସବୁଦିନ ଭଳି ଶୁକ୍ରବାର ଦିନମ ମଧ୍ୟ ସ୍କୁଲକୁ ଯାଇଥିଲେ। ଅପରାହ୍‌ଣ ୪ଟା ବେଳେ ସ୍କୁଲ ଛୁଟି ହେବାପରେ ଘରକୁ ଫେରିଥିଲେ। ମା’  ପଡ଼ୋଶୀଙ୍କ ଘରକୁ ଯାଇଥିବା ବେଳେ ଏବଂ ଘରେ ଭାଇମାନେ ନଥିବା ସମୟରେ ଛାତ୍ରୀ ଜଣକ କବାଟ ବନ୍ଦ କରି ଘର ଭିତରେ ରହିଥିଲେ। 

ମା’ ଏବଂ ପରିବାର ଲୋକେ ଘରକୁ ଫେରି କବାଟ ଭିତର ପଟୁ ବନ୍ଦ ଥିବା ଦେଖି ଡାକ ପକାଇଥିଲେ। ବହୁତ ସମୟ ପର୍ଯ୍ୟନ୍ତ ଝିଅ କବାଟ ନ ଖୋଲିବାରୁ କବାଟ ତାଡ଼ି ଦେଖିବା ବେଳକୁ ଛାତ୍ରୀ ଜଣକ ବେକରେ ନିଜ ଓଢ଼ଣୀ ଦେଇ ଘରର ଲୁହା ଏଙ୍ଗଲେରରେ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ପରିବାର ଲୋକେ ଓଢ଼ଣୀ କାଟି ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ବୈପାରିଗୁଡା ପୁଲିସ ମେଡ଼ିକାଲରେ ପହଞ୍ଚି ମୃତଦେହ ଜବତ କରିଥିଲା। ରାତି ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନଥିଲା। ଆଜି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।