ଦେଓମାଳିରେ ଭ୍ରମଣ ଲାଗି ଜିଲ୍ଲା ପ୍ରଶାସନର କଟକଣା: ୧୪୪ ଧାରା ଜାରି

କୋରାପୁଟ: ଓଡ଼ିଶାର ଉଚ୍ଚତମ ପର୍ବତ ଦେଓମାଳିରେ ଭ୍ରମଣ ଲାଗି କୋରାପୁଟ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି। ଗତକାଲିଠାରୁ ଏଠାରେ ୧୪୪ ଧାରା ଜାରି କରାଯାଇଛି। ଆଗାମୀ ୬୦ ଦିନ ଯାଏ ଯାଏଁ ଏହା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ଏମ୍ ଅଖତାର ସୂଚନା ଦେଇଛନ୍ତି। ଏହି ସମୟ ମଧ୍ୟରେ ରାତି ୯ଟାରୁ ସକାଳ ୮ଟା ଯାଏଁ ବିନା ଅନୁମତିରେ କୌଣସି ପର୍ଯ୍ୟଟକ ଦେଓମାଳିରେ ରହିପାରିବେ ନାହିଁ କି ସେଠାକୁ ଯାଇପାରିବେ ନାହିଁ। ଆଜି ସେଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି।

ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏ ନେଇ କୋରାପୁଟ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେତେକ ବାହାର ପର୍ଯ୍ୟଟକ ଓ ଅସାମାଜିକ ଲୋକ ଦେଓମାଳିରେ ରାତ୍ରୀଯାପନ କରୁଛନ୍ତି, ଯାହା ଦ୍ୱାରା ସେଠାରେ କରାଯାଇଥିବା ଉନ୍ନୟନ କାର୍ଯ୍ୟ ଓ ସରକାରୀ ସମ୍ପତ୍ତିର କ୍ଷତି ହେଉଛି ବୋଲି ଜିଲ୍ଲା ପ୍ରଶାସନ ଜାଣିବା ପରେ ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର