ଜୟପୁର : ନାବାଳିକା ଅପହରଣ ମାମଲାରେ ଦୁଇ ଗିରଫ

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଅଧୀନରେ ଭାଇ-ଭଉଣୀଙ୍କୁ ଅପହରଣ ପରେ ନାବଳିକା ଭଉଣୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଆଜି ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସାନ ମେଦିରି ସାହିର ହରି ସୁନାଙ୍କ ପୁଅ ଶିବ ସୁନା(୩୦) ଓ ଛୋଟାଗୁଡାର ମଙ୍ଗଳ ଚେଟ୍ଟିଙ୍କର ଇଶ୍ବର ଚେଟ୍ଟି(୩୨)। ସେମାନଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମାଞ୍ଜୁର ହେବାରୁ ଜୟପୁର ଉପକାରଗାରକୁ ପଠାଇ ଦିଆଯାଇଛି।

ତେବେ ଥାନାରେ ନାବାଳିକା ଝିଅର ସମ୍ପର୍କୀୟ ଭାଇଙ୍କ ଅଭିଯୋଗକୁ ଭିତ୍ତି କରି ଆକ୍ସନ ମୁଡକୁ ଆସିଛି ଜୟପୁର ପୋଲିସ। ଜୟପୁର ଟାଉନ ପୁଲିସ ଏନେଇ ଛୋଟାଗୁଡାର ଦୁଇଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲାବେଳେ ୧୩୨/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏହାସହ ଓଆର ୧୦ସି ୭୧୭୭ ନମ୍ବର ବିଶିଷ୍ଟ ମାରୁତି ୮୦୦କୁ ଜବତ କରିଛି ପୁଲିସ।

ମିଳିଥିବା ଖବର ଅନୁଯାୟୀ, ୫ ତାରିଖ ରାତି ରାତିରେ ଜଗଦଲପୁରରୁ ଭାଇ ସୁନୀଲ ୱାସନ ଓ ତାଙ୍କ ନାବାଳିକା ଭଉଣୀ ଏକ ବାହାଘରରେ ଯୋଗଦେବାକୁ ଅଟୋରେ ବିଶାଖାପାଟଣା ଯାଉଥିଲେ। ଜୟପୁର ବସଷ୍ଟାଣ୍ଡ ନିକଟରେ ଉଭୟଙ୍କୁ ଆଟୋ ଛାଡିଦେଇଥିଲା। ଉଭୟେ ଏହିଠାରୁ ଉପାୟ ପାଇ ରହିଠାରେ ରହିଥିଲେ। ନିକଟରେ ଥିବା ଲଜରେ ଯାଇଁ ରହିବାକୁ କହିଥିବାବେଳେ ଲଜ ମାଲିକା ଲଜ ଦେଇ ନ ଥିଲେ। ଏହି ସମୟରେ ଛୋଟାଗୁଡାର ଦୁଇଜଣ ଯୁବକ ଆସି ତାଙ୍କୁ ଲଜ ଦେବାକୁ କହି ଏକ ମାରୁତି ୮୦୦ରେ ନେଇ ବୈପାରିଗୁଡା ରୋଡ ଆଡେ ନେଇଯାଇଥିଲେ। ସେଠାରେ ଏକ ଜଙ୍ଗଲରେ ରାସ୍ତାରେ ଗାଡି ରଖି ଭାଇ ଆଗରେ ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସୌଭାଗ୍ୟବସତଃ ସେଠାରୁ ଭାଇଭଉଣୀ ବିପରିତ ଦିଗରେ ଖସି ପଳାଇଥିଲେ। ଭାଇଙ୍କ ଅଭିଯୋଗ କ୍ରମେ ପୁଲିସ ରାତିସାରା ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ଉଭଣୀଙ୍କୁ ପାଇ ନ ଥିଲା। ପରେ ସକାଳୁ ସେଠାରୁ ଉଦ୍ଦାର କରିଥିଲା।  ବୈପାରିଗୁଡା ରୋଡରେ ଏକ ଜଙ୍ଘଲରେ ରାତି କଟାଇଥିବା ନାବାଳିକାଙ୍କୁ  ଉଦ୍ଧାର କରିଥିଲା। ରାତିସାରା ନାବାଳିକା ଜଣକ ଏକୁଟିଆ ଜଙ୍ଗଲରେ କାଟିଥିବାରୁ ଭୟଭୀତ ହୋଇ ରହିଥିବା ଦେଖିବାକୁ ପାଇଥିଲେ। ଟାଉନନୁଲିସର ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ନିଶ୍ଚିତ ବିପତ୍ତିରୁ ନାବାଳିକା ଜଣକଙ୍କୁ ପୁଲିସ ଉଦ୍ଧାରକରିଥିଲା।

ସମ୍ବନ୍ଧିତ ଖବର