ଦାମନଯୋଡ଼ି: କୋରାପୁଟ୍‌ ଜିଲ୍ଲାର ଦାମନଯୋଡ଼ିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ମୃତକ ଦ୍ବୟ ହେଉଛନ୍ତି ବାପି କୁମାର ଏବଂ ହେମନ୍ତ ନାୟକ। ଗୁରୁତର ଜଣକ ହେଉଛନ୍ତିି ମଙ୍ଗୁ କମାର।

Advertisment

ଏମାନେ ସମସ୍ତେ କାକିରିଗୁମା ଗ୍ରାମର ବୋଲି ଜଣାପଡ଼ିଛି। ସୂଚନା ଅନୁସ‌ାରେ ଏମାନେ ୩ ଜଣ ଭୋଜି ଖାଇସାରି ରାତି ପ୍ରାୟ ୧୦ଟାରୁ ୧୧ଟା ମଧ୍ୟରେ ଏକ ବାଇକ୍‌ରେ ଦାମନଯୋଡି ନିକଟସ୍ଥ ପୁଟୁରାଘାଟିରୁ ଫେରୁଥିଲେ। ଫେରିବା ବାଟରେ ବୁଲାଣି ସମୟରେ ଏକ ଗଛ ସହ ପିଟି ହେବାରୁ ଦୁର୍ଘଟଣା ଘଟିଥିଲା। ଦୃଘଟଣାସ୍ଥଳ ରୋଡ ଠାରୁ ୩ ଫୁଟ୍‌ ଖାଲ ହୋଇଥିବାରୁ ଗତକାଲି ରାତ୍ରିରେ କାହାରି ନଜରକୁ ଆସିପାରିନଥିଲା। ସକାଳେ ଲିଟିଗୁଡା ଲୋକ ଦେଖି ପୁଲିସ ଏବଂ ଆମ୍ବୁଲାସକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।