କଂଗ୍ରେସ ବିଧାୟକଙ୍କ ଆମରଣ ଅନଶନ: ଆସନ୍ତାକାଲି ଲକ୍ଷ୍ମୀପୁରରେ ଦୋକାନ ବଜାର ବନ୍ଦ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକଙ୍କ ଆମରଣ ଅନଶନ ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ଚି ଥିବା ବେଳେ କଂଗ୍ରେସ ଶୁକ୍ରବାର ଲକ୍ଷ୍ମୀପୁର ବନ୍ଦ ଡାକରା ଦେଇଛି। ଫଳରେ ଲକ୍ଷ୍ମୀପୁରରେ ଦୋକାନ-ବଜାର ବନ୍ଦ ରହିବ। ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ସ୍ଥାନୀୟ ଆମ୍ବେଦକର ଛକ ସମ୍ମୁଖରେ ବୁଧବାର ଠାରୁ ଆମରଣ ଅନଶନରେ ବସିଛନ୍ତି। ତା’ ପୂର୍ବରୁ ସେ ଧାରଣା ଦେଇଥିଲେ। ଧାରଣା ଓ ଅନଶନରେ ବସିବା ପରେ ଜିଲ୍ଲା ସ୍ତରୀୟ କଂଗ୍ରେସ ନେତା ଓ ଅନ୍ୟ ସଂଗଠନ ମଧ୍ୟ ବିଧାୟକଙ୍କ ୮ ଦଫା ଦାବିକୁ ସମର୍ଥନ ଜଣାଇଛନ୍ତି।

ଲକ୍ଷ୍ମୀପୁର ବଜାର ସଂପୂର୍ଣ୍ଣ ବନ୍ଦ ରହିବା ସହ କୋରାପୁଟ-ରାୟଗଡା ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ ଓ ଆନ୍ଧ୍ରପ୍ରଦେଶର ପାର୍ବତିପୁରମ୍‌କୁ ସଂଯୋଗ କରୁଥିବା ରାଜ୍ୟସଡକ ପଥକୁ ସଂପୂର୍ଣ୍ଣ ବନ୍ଦ କରାଯିବାକୁ ନିଷ୍ପତି ନିଆଯାଇଥିବା କଥା କଂଗ୍ରେସର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରୁପକ୍‌ ତୁରୁକ୍‌ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତିାତେଣୁ ଗୁରୁବାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବାର ସମ୍ଭାବନା ରହିଛିା

ଅନ୍ୟ ପକ୍ଷରେ ଦୁଇଦିନ ହେଲା କିଛି ଖାଦ୍ୟ ଗ୍ରହଣ କରିନଥିବା ବେଳେ ବିଧାୟକ ଗୁରୁବାର ସଂଧ୍ୟାରେ ବିଧାୟକ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିବା ସତ୍ତ୍ୱେ ସେ ଆମରଣ ଅନଶନରୁ ଓହରିବେ ନାହିଁ ବୋଲି ପ୍ରକାଶ କରିଛନ୍ତିା ଯୁବ କଂଗ୍ରେସର ଡାକରା କ୍ରମେ ଗୁରୁବାର ଚକ ଅଖ ସଂପୂର୍ଣ୍ଣ ବନ୍ଦ ରହିବାକୁ ଯାଉଥିବା ବେଳେ କୋଡିଙ୍ଗାମାଳି ମାଇନ୍‌ସ ଉତ୍ତୋଳନ ସମେତ ଟ୍ରେନ ଚଳାଚଳକୁ ମଧ୍ୟ ବନ୍ଦକରାଇ ଦିଆଯିବ ବୋଲି ସୂଚନା ପ୍ରଦାନ କରାଯାଇଛିା

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୪ ଗୋଟି ବ୍ଲକ ଯଥା ବନ୍ଧୁଗାଁ ଦଶମନ୍ତପୁର ଲକ୍ଷ୍ମୀପୁର ଓ ନାରାୟଣପାଟଣାର ୮ଗୋଟି ଦାବି- ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାକୁ ସବଡିଭିଜନାଲ୍‌ର ମାନ୍ୟତା ଦେବା ସହ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସ୍ଥାପନ, ଲକ୍ଷ୍ମୀପୁର ଡାକ୍ତରଖାନାକୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ମାନ୍ୟତା ପ୍ରଦାନ କରିବା, ଦଶମନ୍ତପୁର ବ୍ଲକର ମୁରାନ୍‌ ଡ୍ୟାମ୍‌ରେ ଝୁଲା ପୋଲ ନିର୍ମାଣ, ସମସ୍ତ ବ୍ଲକର ଅନେକ ସ୍କୁଲରେ ଖାଲି ଥିବା ଶିକ୍ଷକ ପଦବୀ ପୁରଣ କରିବା, ଯେଉଁ ଗ୍ରାମପଞ୍ଚାୟତ ମାନଙ୍କରେ ବର୍ତମାନ ସୁଧା ଟେଲିଫୋନ୍‌ର ବ୍ୟବସ୍ଥା ହୋଇନାହିଁ ସେହି ଗ୍ରାମପଞ୍ଚାୟତ ଗୁଡିକରେ ଶୀଘ୍ର ମୋବାଇଲ୍‌ ଟାଓ୍ଵାର ସ୍ଥାପନ କରିବା, କୋଡିଙ୍ଗା ମାଳି ଖଣିଖନନରେ ଏସଆଇଏସ୍‌ ଭଳି ସଂସ୍ଥା ଲାଞ୍ଚ ନେଇ ନିଯୁକ୍ତି ଦେବା ଭଳି ସଂସ୍ଥାକୁ ବାହାର କରି ଲାଞ୍ଚ ଟଙ୍କା କୁ ତୁରନ୍ତ ଫେରସ୍ତ କରିବା,ଏନ୍‌ ବିସିସିକୁ ମିଳିଥିବା ୧୬୯ଟି ସଡକ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା, ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ଜଳସେଚନ ପାଇଁ ଚିନ୍ତାଗୁଡା ଠାରେ ଏକ ବଡ ଡ୍ୟାମ ନିର୍ମାଣ କରିବା ଭଳି ୮ଟି ଦାବି କୁ ଗତ କିଛି ମାସ ହେଲା ସରକାରଙ୍କ ଦୃଷ୍ଠିଗୋଚର କରାଯାଇଥିଲେ ମଧ୍ୟ ସରକାର ଆଦୌ କର୍ଣପାତ କରୁନଥିବା କାରଣରୁ ଧାରଣାରେ ବସିଥିବା ବିଧାୟକ ପ୍ରକାଶ କରିଛନ୍ତିା
Laxmipur band tomorrow

ସମ୍ବନ୍ଧିତ ଖବର