୩ ଲୁଟ୍ ଅଭିଯୁକ୍ତ ଗିରଫ: ୧ ଲକ୍ଷ ୭୦ ହଜାର ୫୪୬ ଟଙ୍କା ଜବତ

କୋରାପୁଟ: ଗତ ୩୧ ତାରିଖରେ ଏକ ଲୁଟ୍ ଘଟଣାର ପର୍ଦାଫାସ କରିଛି କୋରାପୁଟ ପୁଲିସ। ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ ଫେରାର ଥିବା ପୁଲିସ ପକ୍ଷରୁ କୁହାଯାଇଛି।

କୋରାପୁଟ ବ୍ଲକ ଅନ୍ତର୍ଗତ ଉମରି ଗାଁର ପର୍ଶୁରାମ ମୁଦୁଲି ଇଣ୍ଡିଆନ୍ ବ୍ୟାବ୍ୟାଙ୍କରୁ  ୩ ଲକ୍ଷ ଟଙ୍କା ଉଠାଇ ବାହାରକୁ ଆସୁଥିବା ବେଳେ ୪ ଦୁର୍ବୃତ୍ତ ତାଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏନେଇ ପର୍ଶୁରାମ ଥାନା ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ ଫେରାର ଥିବା ପୁଲିସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଶିବ, ଡି ରାଜେନ୍ଦ୍ର ଓ ଏ ଅର୍ଜୁନ। ସେମାନଙ୍କଠାରୁ ୧ ଲକ୍ଷ ୭୦ ହଜାର ୫୪୬ ଟଙ୍କା ଜବତ କରାଯାଇଛି। ଏହାଛଡ଼ା ତିନିଟି ମୋବାଇଲ୍ ବି ଜବତ ହୋଇଛି।

ସମ୍ବନ୍ଧିତ ଖବର