ମାଓବାଦୀଙ୍କ ନାଁରେ ଚାନ୍ଦା ଆଦାୟ କରି ୩ ଗିରଫ

କୋରାପୁଟ : ମାଓବାଦୀଙ୍କ ନାମରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଏହି ୩ ଜଣ ହେଲେ ଏସ. ମୂରଲୀ କ୍ରିଷ୍ଣା, ଲୋକନାଥ ପାଙ୍ଗୀ ଓ ଇଲସୁ ହୁଇକା।

ପୁଲିସ୍‌ର ସୂଚନା ଅନୁସାରେ, ବନ୍ଧୁଗାଁ ଅଂଚଳରେ ଏସ. ମୂରଲୀ କ୍ରିଷ୍ଣା ନାମକ ଜଣେ ପେଟି ଠିକାଦାର ମାଓବାଦୀଙ୍କ ନାମରେ ବିଭିନ୍ନ ଲୋକଙ୍କୁ ଧମକଚମକ ଦେବା ସହିତ ଚାନ୍ଦା ମାଗୁଥିଲେ। ଗତକାଲି ଅଭିଯୋଗକାରୀ ଚାନ୍ଦା ଟଙ୍କା ଦେବାକୁ ମୂରଲୀ ଓ ୨ ସହଯୋଗୀଙ୍କୁ ଡାକିଥିଲେ । ଏହି ଟଙ୍କା କାରବାର ସମୟରେ ପୁଲିସ ସେଠାରେ ପହଞ୍ଚି ଅଭିଯୁକ୍ତଙ୍କୁ ଉଠାଇ ନେଇଥିଲା।

ସମ୍ବନ୍ଧିତ ଖବର