କୋରାପୁଟ: କୋରାପୁଟ ଜିଲ୍ଲାର ସୁନାବେଡ଼ା ଅଞ୍ଚଳରୁ ଏକ କାର୍ ଚୋରି କରି ତାକୁ ଜାଲି କାଗଜପତ୍ର ଜରିଆରେ ଅନ୍ୟଜଣଙ୍କୁ ବିକ୍ରି କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୁଲିସ ଏହି ମାମଲାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ପିଣ୍ଟୁ ହନ୍ତାଳ, ଜୋସେଫ କୁଲଦୀପ, ବିପିନ ଛତ୍ରିଆ ଏବଂ ସନ୍ତୋଷ କୁମାର ଖଣ୍ଡାୟୀ। ସେମାନଙ୍କ ନିକଟରୁ ଚୋରି ମାରୁତି ଅଲଟୋ କାର୍(ଓଡି ୧୦-୩୭୯୬), ଏକ ଏଚ ଏଫ୍ ବାଇକ୍, ଜାଲି ନଥିପତ୍ର ଓ ଏକ ମୋବାଇଲ୍ ଫୋନ୍ ଜବତ କରିଛି ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Untitled-27.png)