ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଟିମଝୋଲା ନିକଟରେ ଏକ  କାର ଓ ହାଇୱା ମଧ୍ୟରେ ମୁହାଁମୁଁହି ଧକ୍କା ହେବାରୁ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇ କୋରାପୁଟ ଏସଏଲଏନ  ମେଡିକାଲ କଲେଜକୁ   ସ୍ଥାନାନ୍ତର କରାଯାଇଛି।

Advertisment

୪ଜଣ ଲୋକ ଏକ କାରରେ ଭୁବନେଶ୍ୱରରୁ ନବରଙ୍ଗପୁରକୁ ଫେରୁଥିଲେ। ପ୍ରବଳ କୁହୁଡ଼ି କାରଣରୁ ରାସ୍ତା ଭଲ ଭାବେ ଦେଖା ଯାଉନଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଆହତ ସମସ୍ତେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳ ଗୁମା ଗାଁର ବୋଲି ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ଶିବରାମ ଆଚାର୍ଯ୍ୟ, ଦୀନେଶ ମିଶ୍ର, ବିମଳ ଚୌଧୁରୀ, ସୁବୀର ସାହୁ ରହିଛନ୍ତି। ସମସ୍ତଙ୍କର ଗୋଡ଼ହାତ ଭାଙ୍ଗିବା ସହ ମୁଣ୍ଡ ମଧ୍ୟ ଫାଟିଯାଇଛି। ଘଟଣାସ୍ଥଳରେ ଲକ୍ଷ୍ମୀପୁର ପୁଲିସ ପହଞ୍ଚି ଛାନଭିନ କରୁଛି। ଦୁର୍ଘଟଣା ଗ୍ରସ୍ତ କାରଟି ଚୁରମାର ହୋଇଯାଇଛି।