ଜୟପୁର : ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ କରି ଅର୍ଥ ଦାବି କରିବା ମାମଲାରେ କୋରାପୁଟ ଜିଲ୍ଲା ଦୌରା ଜଜ୍ ବିଦ୍ୟୁତ କୁମାର ମିଶ୍ର ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତମାନେ ହେଲେ କୋରାପୁଟ ଟାଉନଥାନା ଅଞ୍ଚଳର ସି ବୁଜିଙ୍ଗା ଆଚାରୀ, କେ ସ୍ୱାମୀ କ୍ରିଷ୍ଣା, ଟି ରାକେଶ କୁମାର, ସି କିରଣ କୁମାର ଓ ସୁମେଶ ସେଠୀ।
ଘଟଣାରୁ ପ୍ରକାଶ ଯେ ଗତ ୨୦୦୨ ଡିସେମ୍ବର ୧୮ ତାରିଖରେ ପୂର୍ବାହ୍ନ ୧୧ଟା ୧୫ରେ କୋରାପୁଟ ଟେଲିକମ୍ ଡିଭିଜିନାଲ ମ୍ୟାନେଜରଙ୍କ କେ ରାଜ୍ ଶେଖର ୪ ବର୍ଷର ଝିଅ ବିଦ୍ୟାଳୟରୁ ଘରକୁ ଫେରିବା ସମୟରେ ଅଭିଯୁକ୍ତମାନେ ଅପରହଣ କରି ନେଇଥିଲେ। ଏନେଇ ରାଜଶେଖର କୋରାପୁଟ ଟାଉନ ଥାନରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ଥାନାରେ ୩୭/ ୨୦୦୨ ନମ୍ବର ମାମଲାରେ ରୁଜୁ ହୋଇାଇଥିଲା। ୧୮ ତାରିଖ ଅପରାହ୍ନରେ ଅଭିଯୁକ୍ତମାନେ ବୋରିଗୁମ୍ମାର ଏକ ପିସିଓରୁ ରାଜ ଶେଖରଙ୍କୁ ଫୋନ କରି ୧୦ ଲକ୍ଷଟଙ୍କା ଦାବି କରିଥିଲେ।
ଅପହୃତକାରୀଙ୍କ ନିର୍ଦ୍ଧାରିତ ସ୍ଥାନ ଅନୁସାରେ ରାଜ ଶେଖର ଘାଟଗୁମର ନିକଟସ୍ଥ କାଳଭୈରଭ ମନ୍ଦିର ନିକଟକୁ ଟଙ୍କା ନେଇ ଯାଇଥିଲେ କିନ୍ତୁ ସେଠାରେ କାହାକୁ ନ ପାଇ ଫେରି ଆସିଥିଲେ। ପରଦିନ ଅପହୃତମାନେ ରାଜ ଶେଖରଙ୍କ ପତ୍ନୀଙ୍କୁ ଫୋନ କରି ଟଙ୍କା ମାଗିଥିଲେ। ଯେଉଁ ସ୍ଥାନରେ ଟଙ୍କା ଦେବାକୁ କୁହାଯାଇଥିଲା ସେଠାକୁ ରାଜ ଶେଖର ଯାଇ କାହାକୁ ପାଇନଥିଲେ। ତେବେ ୨୦୦୨ଡିସେମ୍ବର ୧୯ ତାରିଖ ରାତିରେ କୋରାପୁଟ ଟାଉନପୁଲିସ ଛାତ୍ରୀ ଜଣଙ୍କୁ କୋରାପୁଟ କଫି ବୋର୍ଡ ଅଫିସ ନିକଟରୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ଆଜି ଜିଲ୍ଲା ଦୌରା ଜଜ୍ ବିଦ୍ୟୁତ କୁମାର ମିଶ୍ର ୨୪ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ୫ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବା ପାଇଁ ଶୁଣାଣି କରିଛନ୍ତି। ୧୦ ହଜାର ଅନାଦେୟ ସ୍ଥଳେ ୧ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବା ପାଇଁ ରାୟ ଶୁଣାଇଛନ୍ତି। ଏହି ମାଲରେ ୨ଜଣ ଏସ କୋଟେଶ୍ୱର ରାଓ ଓ କୈଳାଶ ଖରା ନିର୍ଦୋଷରେ ଖଲାସ ହୋଇଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଉମା ନାୟକଙ୍କ ମୃତ୍ୟୁ ହୋଇଛି। ଏହି ମକଦ୍ଦମାକୁ ସରକାରୀ ଓକିଲ ଶୈଳଜା ପଟ୍ଟନାୟକ ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/jail.jpg-f.jpg)