ସାଢେ ୮ଲକ୍ଷ ଟଙ୍କା ଠକେଇ, ଜଣେ ଗିରଫ

କୋରାପୁଟ: ଠକେଇ ଅଭିଯୋଗରେ କୋରାପୁଟ ଟାଉନ ଥାନା ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ କୋରାପୁଟ ରେଳବାଇ କଲୋନୀର ଜି.ସନ୍ତୋଷ। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଶାଖାପାଟଣାର ଜଣେ ଠିକାଦାର ଜି.ସୋମୁଙ୍କ ବ୍ୟାଙ୍କ ଖାତାରୁ ୮ଲକ୍ଷ ୫୦ହଜାର ଟଙ୍କା କଟି ଯାଇଥିଲା। ସେ ଜାଣିବା ପରେ ଏହାର ଖୋଳତାଡ କରିଥିଲେ। ବ୍ୟାଙ୍କ ସୁତ୍ରରୁ ସେ ଜାଣି ପାରିଥିଲେ ଯେ, କୋରାପୁଟର ଜି.ସନ୍ତୋଷଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସିଛି। ପରେ ସେ କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏଥିନେଇ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ କରିଥିଲା। ତଦନ୍ତରୁ ଜଣାପଡିଥିଲା ଯେ, ସୋମୁଙ୍କ ପାଖରେ କାମ କରୁଥିବା ଜଣେ କର୍ମଚାରୀ କୌଶଳକ୍ରମେ ତାଙ୍କର ଏକ ଦସ୍ତଖତ ହୋଇଥିବା ଚେକ୍‌ ନେଇ ଆସିଥିଲେ। ଏହି ଚେକକୁ ସେ ସନ୍ତୋଷକୁ ଦେଇ ତାଙ୍କ ଖାତାରେ ଜମା କରିଥିଲେ। ପରେ ଟଙ୍କା ଭାଗ କରିଥିଲେ। ତେଣୁ ପୁଲିସ ଅଭିଯୁକ୍ତ ସନ୍ତୋଷଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ଆଉ ଜଣେ ଫେରାର୍‌ ଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର