ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ଅନ୍ତର୍ଗତ କମାରଗୁଡା ଛକ ନିକଟରୁ ପୁଲିସ ଏକ ଗାଡିରୁ ୫୮କିଲୋ ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ସାଢେ ୪ଟାରେ ନନ୍ଦପୁର ପୁଲିସ ପାଟ୍ରୋଲିଂ କରି ଫେରୁଥିବା ସମୟରେ କମାରଗୁଡା ଛକରେ ଯାନବାହାନ ଯାଞ୍ଚ କରିଥିଲା। ଏହି ଏକ ମହିନ୍ଦ୍ରା ସୁପ୍ରୋ ଭିଏକ୍ସ(ଓଡି ୧୦ଇ ୩୬୬୩)କୁ ଅଟକାଇଥିଲା। ପୁଲିସକୁ ଦେଖିବା ପରେ ଗାଡି ଡ୍ରାଇଭର ଗାଡି ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ସନ୍ଦେହ ହେବାରୁ ପୁଲିସ ଗାଡି ଭିତରେ ଯାଞ୍ଚ କରିବାରୁ ଗଞ୍ଜେଇ ରହିଥିବା ଜଣାପଡିଥିଲା। ପରେ ପୁଲିସ ଗାଡି ସହ ଗଞ୍ଜେଇ ଜବତ କରିବା ସହ ଗାଡି ଭିତରେ ଥିବା ମାଛୁକୁଣ୍ଡ ଥାନା ଅନ୍ତର୍ଗତ ଏନୁଗୁ ଗ୍ରାମର ଶିଶୁପାଳ ହନ୍ତାଳ, ଡମ୍ବରୁ ଖିଲ, ଅଜିତ ଶିଶା ଓ ମାଛକୁଣ୍ଡ ଥାନା ଅନ୍ତର୍ଗତ ଲିମାପୁଟ ଗ୍ରାମର ହରି ବାଙ୍କିଆଙ୍କୁ ନନ୍ଦପୁର ଥାନାକୁ ଆଣି ପଚରାଉଚୁରା କରିିଥିଲା। ଗଞ୍ଜେଇ ଚୋରାଚାଲାଣରେ ଏହି ୪ଜଣ ସଂପୃକ୍ତ ଥିବା ଜାଣିବା ପରେ ପୁଲିସ କେଶ୍ ନଂ-୮୯/୧୮ ଅନୁଯାୟୀ ଏକ ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରିିଥିଲା। ନନ୍ଦପୁର ଭାରପ୍ରାପ୍ତ ତହସିଲଦାର କୈଳାଶ ଚନ୍ଦ୍ର ସିଆଳ ଓ ନନ୍ଦପୁର ଏସଡିପିଓ ତପନ କୁମାର ମହାନନ୍ଦିଆଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯିବା ପରେ ୫୮କିେଲା ୨ଶହ ଗ୍ରାମ ବୋଲି ଜଣାପଡିଥିଲା। ଏହାପରେ ପୁଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଏହି ଗଞ୍ଜେଇ ଲିମାପୁଟ ଭାୟା ସଗର ଓ ନନ୍ଦପୁର ଦେଇ ଜୟପୁର ଚାଲାଣ ହେବାକୁ ଯୋଜନା ରହିଥିଲା ବୋଲି ପୁଲିସ ସୂଚନା ଦେଇଛି। ନନ୍ଦପୁର ଥାନା ଅଧିକାରୀ ଚନ୍ଦ୍ରଶେଖର ଶବର ଘଟଣାର ତଦନ୍ତ ଜାରି ରଖିଛନ୍ତି। ଯାନବାହାନ ଯାଞ୍ଚ ସମୟରେ ଏସ୍ଆଇ ବିଘ୍ନରାଜ ଭତ୍ରା, ଏଏସ୍ଆଇ ଦୀପକ କୁମାର ନାୟକ, କନେଷ୍ଟବଳ ଏମ. ଶ୍ରୀଧର ରାଓ, ଏନ. ରମେଶ, ହାବିଲଦାର ରାମାରାଓ ପୂଜାରୀ, ହୋମଗାର୍ଡ ରାମଚନ୍ଦ୍ର ଗାଡାଙ୍ଗ, କେଶବ ଦେସ୍ତରୀ ପ୍ରମୁଖ ଉପସ୍ଥିତ ଥିଲେ।
୫୮କିଲୋ ଗଞ୍ଜେଇ ଜବତ, ୪ଗିରଫ
/sambad/media/post_attachments/wp-content/uploads/2018/10/jpr-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)