ପଟ୍ଟାଙ୍ଗି ଗସ୍ତରେ ୫-ଟି ସଚିବ: ବଦଳିବ ଦେଓମାଳିର ରୂପରେଖ

 ଦେଓମାଳି ଆସିଲେ କୋଟିଆକୁ ଭୁଲିଗଲେ 

ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତ କୋଟିଆକୁ ନେଇ ଦୀର୍ଘ ଦୀନ ଧରି ଉଭୟ ରାଜ୍ୟଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଥିବା ବେଳେ ଆଜି ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଦେଓମାଳି ଗସ୍ତକୁ ନେଇ କୋଟିଆବାସୀଙ୍କ ମନରେ ଖୁସିର ଲହର ଖେଳିଯାଇଥିଲା ଓ କୋଟିଆବାସୀ ମଧ୍ୟ ନିଜେ ନିଜର ସୁବିଧା ଅସୁବିଧା ସମ୍ବନ୍ଧରେ ସଚିବଙ୍କୁ ଆଲୋଚନା କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। କିନ୍ତୁ ସଚିବ ପାଣ୍ଡିଆନ୍ କେବଳ ଆକାଶ ମାର୍ଗରୁ ପରିଦର୍ଶନ କରି ଦେଓମାଳିରେ ପହଞ୍ଚି ଜିଲ୍ଲା ପ୍ରଶାସନିକ ଅଧିକାରୀ ଯଥା ଜିଲ୍ଲାପାଳ ଅବ୍ଦଲ ଏମ୍ ଅଖତରଙ୍କ ସମେତ ବ୍ଲକ ପ୍ରଶାସନ ସହ ଆଲୋଚନା କରି ଫେରିଯାଇଥିଲେ। ଏହା ଫଳରେ କୋଟିଆବାସୀଙ୍କ ଆଶା ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଯାଇଥିବା କୋଟିଆର ସାଲପୁ ଗେମେଲ, ରାଜେଶ ପାଙ୍ଗି ଓ ପୁଲୁ ଖରା ପ୍ରମୁଖ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, କୋଟିଆ ପଞ୍ଚାୟତକୁ ହାତେଇବା ପାଇଁ ଆନ୍ଧ୍ରର ଉପ ମୁଖ୍ୟମନ୍ତ୍ରୀ ବିଡିକା ରାଜନ ଦୋରାଙ୍କ ସହ ପ୍ରଶାସନିକ ଅଧିକାରୀ ବାରମ୍ବାର ଅନୁପ୍ରବେଶ କରି ଘରକୁ ଘର ବୁଲି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ପଞ୍ଚାୟତବାସୀଙ୍କ ସହ ଆଲୋଚନା କରି  ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଜୋରଜାର ପ୍ରୟାସ ଜାରି ରଖିଛନ୍ତି। ସବୁଠାରୁ ବଡ଼ କଥା ଯାହାକି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ବିଶାଖାପାଟଣାକୁ ରାଜଧାନୀ ଭାବେ ଘୋଷଣା କରିବା ପରେ କୋଟିଆକୁ ନେଇ ରାଜନୀତି ଜୋର୍ ଧରିଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।ଏତିକିବେଳେ ରାଜ୍ୟ ସରକାରଙ୍କ ୫ଟି ସଚିବଙ୍କ ଗସ୍ତ ସମୟରେ ଘଟିଥିବା ଘଟଣାକୁ ନେଇ ସ୍ୱଷ୍ଠ ବାରି ହେଉଛି ସୀମାନ୍ତ କୋଟିଆ ପଞ୍ଚାୟତ ପାଇଁ କେତେ ତପ୍ତରତା  ।
ସମ୍ବନ୍ଧିତ ଖବର