କୋରାପୁଟ: ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜର ଦ୍ଵିତୀୟ ବର୍ଷର କିଛି ଛାତ୍ରଛାତ୍ରୀ ଫୁଡ ପଏଜନରେ ଆକ୍ରାନ୍ତ ଥିବା ସୂଚନା ରହିଛି। ରାତ୍ରିରେ ଛାତ୍ର‌ାବାସରେ ଖାଇବା ପରେ ଆକ୍ରାନ୍ତ  ହୋଇଛନ୍ତି। ସେମାନଙ୍କ ଭିତରୁ ୮ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ୱାର୍ଡରେ ଭର୍ତ୍ତି କରାଯାଇଛି। ଖାଇବାର କିଛି ସମୟ ପରେ ଖାଲି ବାନ୍ତିର ଲକ୍ଷଣ ଦେଖାଯିବା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisment

ଚିକିତ୍ସା ପରେ ଏବେ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ତେବେ ଏହି ଛାତ୍ରଛାତ୍ରୀମାନଙ୍କ ଅସୁସ୍ଥତା ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।