ମୃତଦେହ ନେବାବେଳେ ମହାପ୍ରୟାଣ ଗାଡ଼ିକୁ ଧକ୍କା ଦେଲା ଟ୍ରକ, ୪ ଆହତ

ଜୟପୁର: ଜୟପୁର ଟାଉନ ଥାନା ଅନ୍ତର୍ଗତ ସ୍ଥାନୀୟ କାଳିଆ ପେଟ୍ରୋଲ ପମ୍ପ ନିକଟରେ ମହାପ୍ରୟାଣ ଗାଡ଼ିକୁ ଏକ ଟ୍ରକ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଥିରେ ଜୟପୁର ବ୍ଲକ ଅନ୍ତର୍ଗତ ବନୁଗୁଡା ଗ୍ରାମର ଜମୁନା ପାଙ୍ଗୀ, ଶଙ୍କର ପାଙ୍ଗୀ, କୁନା ନାୟକ ଓ ମହାପ୍ରୟାଣ ଗାଡ଼ିର ଡ୍ରାଇଭର ସୁନୀଲ ଖରା ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ବନୁଗୁଡା ଗ୍ରାମର ଜଣେ ମହିଳା କୋରାପୁଟ ମେଡିକାଲ ରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ ମହାପ୍ରୟାଣ ଗାଡିରେ ମୃତ ଦେହକୁ ଗାଁକୁ ଆଣୁଥିଲେ। ସେହି ସମୟରେ ସ୍ଥାନୀୟ କାଳିଆ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ମହାପ୍ରୟାଣ ଗାଡିକୁ ସମ୍ମୁଖରେ ଧକ୍କା ଦେଇଥିଲା। ୪ ଜଣ ଆହତ ହୋଇଥିବା ବେଳେ ଜୟପୁର ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ସେମାନଙ୍କୁ ମେଡିକାଲକୁ ପଠାଇଥିଲେ। ଜୟପୁର ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର