ହାଇଓ୍ଵା ଧକ୍କାରେ ଜଣକର ମୃତ୍ୟୁ: ଥାନା ଅଧିକାରୀ ଓ ଏସଆଇଙ୍କୁ ମାଡ଼

କାକିରିଗୁମା: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି।ବାରିଗୁଡ଼ା ଛକ ନିକଟରେ ଏକ ହାଇଓ୍ଵା ଧକ୍କାରେ ଜଣକର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସଂନନେର୍କ ଗୌଡ଼ଗୁଡା ପଂଚାୟତର ଲଳିତ କମାର(୩୨)।
ଶବ କୁ ପୋଲିସର ଉଠେଇ ନେବା କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଉତେଜନା ଦେଖା ଦେଇଥିଲା। ଘଟଣାସ୍ଥଳରେ ଉତ୍ୟକ୍ତ ଲୋକେ କାକିରିଗୁମା ଦାମନଯୋଡି ରାସ୍ତା ଅବରୋଧ କରୁଥିବା ବେଳେ ପୁଲିସ ପହଁଚି ବୁଝାଇବାକୁ ଚେଷ୍ଟା କରିଥିଲାବେଳେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା। ଲୋକଙ୍କ ଗହଳି ଦେଖି ପୁଲିସ ପଛଘୁଞ୍ଚା ଦେଇଥିବା ଦେଖିବାକୁ ମିଳିଥିଲା। ଲୋକେ ଥାନା ଅଧିକାରୀ ଓ ଜଣେ ଏସଆଇଙ୍କୁ ମାଡ଼ ମାରିଥିବା କୁହାଯାଉଛି।

ଖବର ନେବାରେ ଜଣା ପଡିଛିକି ସାନ ନେର୍କା ଗ୍ରାମର ଲଳିତ କମାର କୌଣସି କାମରେ ଦାମନଯୋଡି ଯାଇ ନିଜ ବାଇକ ଓଆର୍-୧୦ଏଫ୍-୭୯୪୪ ଫେରୁଥିବା ବେଳେ ସାମନା ପଟରୁ ଆସୁଥିବା ଓଡି-୦୨ବିଏ-୯୦୩୨ ନମ୍ବର ବିଶିଷ୍ଟ ହାଇଓ୍ବା ସହ ଧକା ଦେଇଥିଲା। ଘଟଣାସ୍ଥଳରେ ହିଁ ଲଳିତ ରକ୍ତାକ୍ତ ଅବସ୍ଥାରେ ପଡିଥିବା ବେଳେ ଖବର ପାଇ କାକିରିଗୁମା ପୋଲିସ ପହଁଚି ମୃତକଙ୍କ ଶବକୁ କୋରାପୁଟ ବ୍ୟବଛେଦ ପାଇଁ ପଠାଇ ଦେଇଥିବାରୁ ଉତେଜନା ବୃଦ୍ଧି ପାଇଥିଲା। ଗ୍ରାମବାସୀଙ୍କ କହିବା ମୁତାବକ ଏତେବଡ ଘଟଣା ଘଟି ଯାଇଥିଲେ ମଧ୍ୟ ପରିବାର ଲୋକଙ୍କୁ ପୁଲିସ ଜଣାଇବାକୁ ଉଚିତ ମନେ କଲା ନାହିଁ କଣ ପାଇଁ।

ନିକଟ ଡାକ୍ତରଖାନାରେ ପ୍ରଥମେ ଭର୍ତ୍ତି କରାଇ ପରିବାର ଲୋକଙ୍କୁ ଜଣାଇଥାନ୍ତା। କିନ୍ତୁ କିଛି ନ କରି ସିଧା ତାକୁ ମୃତ ଘୋଷଣା କରି ଲକ୍ଷ୍ମୀପୁର ନ ପଠେଇ ଶବ ବ୍ୟବଛେଦ କରାଇବାକୁ କୋରାପୁଟ କଣ ପାଇଁ ପଠାଇଲା ବୋଲି ଲୋକେ ଉତ୍ୟକ୍ତ ହୋଇ ଉଠି କାକିରିଗୁମା ଦାମନଯୋଡି ରାସ୍ତା ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର